ରାଉରକେଲା : ବାତ୍ୟାର ପ୍ରଭାବରେ ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା।। ଆସନ୍ତାକାଲି ମଧ୍ୟ ବର୍ଷାର ସମ୍ଭାବନା।

0 472

ରାଉରକେଲା : ୫/୧୨ (ସତ୍ୟାନ୍ୟୁଜ) ସ୍ଥଳ ଭାଗ ଛୁଇଁଛି ବାତ୍ୟା ମିଗ୍‌ଜୋମ। ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ମିଗ୍‌ଜମ ତାଣ୍ଡବ ରଚିଛି। ଚେନ୍ନାଇରେ ବାତ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯୁଆଡେ ଚାହିଁବ ସିଆଡେ କେବଳ ପାଣି ଆଉ ପାଣି ଦୃଶ୍ୟମାନ ହେଉଛି। ଲୋକେ ଘରୁ ବାହାରିବା ମୁସକିଲ ହୋପଡିଛି। ଏପରିକି ଘରେ ମଧ୍ୟ ବର୍ଷା ପାଣି ପଶି ଯାଇଛି। ଫଳରେ ଲୋକେ ଘରେ ଏକ ପ୍ରକାର ବନ୍ଦୀ ହୋଇ ଅଛନ୍ତି। ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ବାତ୍ୟାର ପ୍ରଭାବରେ ବର୍ଷା ହୋଇଛି। ରାଉରକେଲା ସମେତ ଭୁବନେଶ୍ୱରରେ ବର୍ଷା ହେବା ସହ କୋହଲା ପାଗ ଲାଗି ରହିଛି। ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ କ୍ଷେତରୁ ଧାନ ବୋହି ନେଉଛନ୍ତି। ଆସନ୍ତାକାଲି ମଧ୍ୟ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.