ରାଉରକେଲା : ବେଦବ୍ୟାସ ରାଜଧାନୀ ଟ୍ରାନ୍ସପୋର୍ଟର ୧୫ ଟନ୍ ଲୁହା ପାଇପ ହଡପ ଘଟଣାର ପର୍ଦ୍ଦାଫାସ।। ୩ ଜଣଙ୍କୁ ଗିରଫ କଲା ବିରମିତ୍ରପୁର ପୋଲିସ।

0 626

ରାଉରକେଲା : ୩୦/୧୧ (ସତ୍ୟାନ୍ୟୁଜ) ଟ୍ରକରେ ଜାଲ ରେଜିଷ୍ଟ୍ରେସନ ନମ୍ବର ଲଗାଇ ପ୍ରାୟ ୧୫ ଲକ୍ଷ ଟଙ୍କାର ଲୁହା ପାଇପ ହଡପ କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ବିରମିତ୍ରପୁର ଥାନା ପୋଲିସ। ଲୁହା ପାଇପ ହଡପ କରି ସିମଡ଼େଗାରେ ବିକ୍ରି କରି ଦେଇଥିଲେ ଏହି ଗ୍ୟାଙ୍ଗ। ପୋଲିସ ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ରାଞ୍ଚି ଏବଂ ସିମଡ଼େଗା ରୁ ଗିରଫ କରିବା ସହ ୮ ଟନ୍ ଲୁହା ପାଇପ ଜବତ କରିଛନ୍ତି। ଏହି ଚୋରି ଘଟଣାରେ ଜଡ଼ିତ ଆଉ ଦୁଇ ଜଣଙ୍କୁ ଖୋଜା ଚାଲିଛି।
ସୂଚନା ଅନୁଯାୟୀ ବେଦବ୍ୟାସ ର ରାଜଧାନୀ ଟ୍ରାନ୍ସପୋର୍ଟ ଏହି ପାଇପ ପରିବହନ ଦାୟିତ୍ୱ ନେଇଥିଲେ। ମାତ୍ର ଏହି ଠକ ମାନେ ଜାଲ କାଗଜପତ୍ର ଦେଖାଇ ମାଲ ଲୋଡ କରିଥିଲେ। ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ବଦଳରେ ଅନ୍ୟତ୍ର ବିକ୍ରି କରି ଦେଇଥିଲେ। ଏହି ସମସ୍ତ ପାଇପ କୁଆରମୁଣ୍ଡା ଷ୍ଟେରଲିଙ୍ଗ କମ୍ପନୀର ବୋଲି ଜଣା ପଡ଼ିଛି। ଏ ବାବଦରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.