ବିରମିତ୍ରପୁର : ବନ୍ଧୁକ ମୁନରେ ନୂଆଗାଁ ବଜାରରେ ମୋବାଇଲ ଦୋକାନରୁ ଲୁଟ୍।। ମୋବାଇଲ ଫୋନ ଏବଂ ନଗଦ ଟଙ୍କା ଲୁଟି ନେଲେ ଦ୍ରୁବୃତ୍ତ।
ରାଉରକେଲା : ୩୦/୧୧ (ସତ୍ୟାନ୍ୟୁଜ) ବନ୍ଧୁକ ମୁନରେ ନଗଦ ଟଙ୍କା ଏବଂ ମୋବାଇଲ ଫୋନ ଲୁଟିନେଲେ ଦ୍ରୁବୃତ୍ତ ମାନେ। ତା ପୁଣି ସନ୍ଧ୍ୟା ବେଳେ। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ ଥାନା ଅନ୍ତର୍ଗତ ନୂଆଗାଁ ବଜ଼ାରରେ। ଗୁରୁବାର ସନ୍ଧ୍ୟାରେ ଦୁଇଜଣ ଦ୍ରୁବୃତ୍ତ ଏକ ବାଇକ୍ ରେ ଆସି ନୂଆଗାଁ ବଜାରରେ ଏକ ମୋବାଇଲ ଦୋକାନରେ ପଶି ଥିଲେ। ହଠାତ ଜଣେ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ୧୪ ଟି ମୋବାଇଲ ଫୋନ ଏବଂ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଥିଲେ। ପରେ କେହି କିଛି ବୁଝିବା ଆଗରୁ ଆଖି ପିଛୁଳାକେ ସେଠାରୁ ବାଇକ୍ ରେ ପଳାଇଥିଲେ। ଖବରପାଇ ନୂଆଗାଁ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ବିଭିନ୍ନ ସ୍ଥାନରେ ବ୍ଲକିଙ୍ଗ ଚାଲିଛି।