ରାଉରକେଲା : ଏନ୍ଆଇଟି ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟିତ।। ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ରାଉରକେଲା : ୩୦/୧୧ (ସତ୍ୟାନ୍ୟୁଜ) ରାଉରକେଲା ଏନ୍ଆଇଟି ରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ନବନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିଛନ୍ତି। ଏନ୍ଆଇଟି ରେ ପହଞ୍ଚିବା ପରେ ଶ୍ରୀ ପ୍ରଧାନ ବୃକ୍ଷ ରୋପଣ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ମଧ୍ୟରେ ହଜାର ଶଯ୍ୟା ବିଶିଷ୍ଟ ଛାତ୍ରବାସ ଏବଂ ପାଞ୍ଚଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଅନ୍ତର୍ଭୁକ୍ତ। ଏହାଛଡା ଏକ ସ୍ବେରେଜ
ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ୭୨ ଟି ଅଧ୍ୟାପକଙ୍କ ଆବାସ ର ଶିଳାନ୍ୟାସ କରାଯାଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସେଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବା ସହ ମଡେଲ କ୍ଲାସ ରୁମ ବୁଲି ଦେଖିଥିଲେ। ପରେ ଦିଲ୍ଲୀପ ତିର୍କୀ ଷ୍ଟାଡିଅମରେ ଏକ ସଭାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସମ୍ବନ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ,ବିଧାୟକ ଶଙ୍କର ଓରାମ , ଏନ୍ଆଇଟି ନିର୍ଦ୍ଦେଶକ , ଏମ୍ ସି ଏଲ୍ ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।