ସୁନ୍ଦରଗଡ଼ : ଲାଞ୍ଚ ନେବା ବେଳେ ମହିଳା ରାଜସ୍ୱ ଅଧିକାରୀ ଭିଜିଲାନ୍ସ ହାତରେ ଧରା ପଡିଲେ।। ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ସୁନ୍ଦରଗଡ : ୨୯/୧୧ (ସତ୍ୟାନ୍ୟୁଜ) ଜମି କିସମ ପରିବର୍ତ୍ତନ ଲାଗି ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଟାଙ୍ଗରପାଲି ତହସିଲ ତସଲାଡିହିର ଭାରପ୍ରାପ୍ତ ରାଜସ୍ୱ ଅଧିକାରୀ ଲିଲି ଚୌଧୁରୀ । ଅଭିଯୋଗକର୍ତ୍ତା ଙ୍କ ଠାରୁ ଚାଷ ଜମି କୁ ଘରବାଡି ପ୍ଲଟର କିସମ ପରିବର୍ତ୍ତନ କରିବା ଲାଗି ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ତାଙ୍କୁ ଧରିଛନ୍ତି । ଲିଲି ଚୌଧୁରୀ ଧରା ପଡିବା ପରେ ତାଙ୍କ ସର୍ଗିପାଲି ସ୍ଥିତ ଶ୍ବଶୁର ଘର ଏବଂ ତାଙ୍କ କାର୍ଯ୍ୟାଳୟ ରେ ଚଢାଉ ଜାରି ରହିଛି। ଏ ବାବଦରେ ରାଉରକେଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଏକ ମାମଲା ରଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ।