ସୁନ୍ଦରଗଡ଼ : ବଡ଼ଗାଁ ବ୍ଲକ ଗରଗଡ଼ ବାହାଲରେ ହାତୀ ଆକ୍ରମଣରେ ଜଣେ ମୃତ।। ୩୦ ଟିକିଆ ହାତୀ ଦଳକୁ ଘଉଡାଇବାକୁ ବନ ବିଭାଗର ଉଦ୍ୟମ।
ସୁନ୍ଦରଗଡ : ୨୮/୧୧ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଥମୁ ନାହିଁ। ଜିଲ୍ଲାର ବିଭିନ୍ନ ବନ ଖଣ୍ଡରେ ହାତୀ ଉପଦ୍ରବରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଜିଲ୍ଲାର ବଡ ଗାଁ ବ୍ଲକ ଅନ୍ତର୍ଗତ ଗରଗଡବାହାଲ ଗ୍ରାମ ରେ ଆଜି ଭୋର ସମୟରେ ହାତୀ ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି।
ମୃତ ବ୍ୟକ୍ତି ଜଣକ ଗରଗଡବାହାଲ ର ହିରାଲାଲ ବେହେରା ବୋଲି ଜଣା ପଡ଼ିଛି। ହାତୀ ଧାନ ବିଲ ରେ ପଶି କ୍ଷତି କରୁଥିବା ଶୁଣି ବିଲକୁ ଯାଇଥିଲେ ହୀରାଲାଲ। ସେଠାରେ ଥିବା ହାତୀ ତାଙ୍କୁ କଚାଡି ମାରି ଦେଇଥିଲା। କିଛି ଦିନ ହେବ ୩୦ ଟିକିଆ ହାତୀ ଦଳ ଏହି ଅଞ୍ଚଳ କୁ ଆସି ତାଣ୍ଡବ ମଚାଉଛନ୍ତି। ଵନ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରିବା ସହିତ ହାତୀ ମାନଙ୍କୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି।