ରାଉରକେଲା : ୨୭/୧୧ (ସତ୍ୟାନ୍ୟୁଜ) ଆଜି ଦେଶରେ ପାଳନ କରାଯାଉଛି ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଜୀଙ୍କ ୫୫୪ ତମ ଜୟନ୍ତୀ। ଏହି ଦିନକୁ ଗୁରୁପର୍ବ ଏବଂ ଗୁରୁ ନାନକ ପ୍ରକାଶ ଉତ୍ସବ ମଧ୍ୟ କୁହାଯାଏ। ଏହି ଦିନର ଅନେକ ଧାର୍ମିକ ମହତ୍ତ୍ୱ ଥାଏ ଏବଂ ଏହାକୁ ଉତ୍ସାହ ଏବଂ ଉଦ୍ଦୀପନା ସହ ମନା ଯାଇଥାଏ। ଏହି ଉପଲକ୍ଷେ ଆଜି ରାଉରକେଲା ଷ୍ଟେସନ ରୋଡ ସ୍ଥିତ ଗୁରୁଦ୍ୱାରାରେ ଶ୍ରଦ୍ଧାଳୁ ମାନେ ଏକତ୍ରିତ ହୋଇ ଗୁରୁପର୍ବ ମନାଇ ଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମଧ୍ୟ ଏହି ଧାର୍ମିକ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ। ଶ୍ରଦ୍ଧାଳୁ ମାନଙ୍କ ପାଇଁ ଲଙ୍ଗର ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।