ସୁନ୍ଦରଗଡ଼ : ମୁମ୍ବାଇରେ ହତ୍ୟାର ଶିକାର ହୋଇଥିବା ସୁନ୍ଦରଗଡ ଝିଅ ପ୍ରତିମାଙ୍କ ମୃତ ଦେହ ତାଙ୍କ ଗାଁରେ ପହଁଚିଲା।। ଶେଷକୃତ୍ୟ ଆଜି।
ସୁନ୍ଦରଗଡ : ୨୫/୧୧ (ସତ୍ୟାନ୍ୟୁଜ) ମୁମ୍ବାଇରେ ହତ୍ୟାର ଶିକାର ହୋଇଥିବା ସୁନ୍ଦରଗଡ ଝିଅ ପ୍ରତିମା କେର୍କେଟାଙ୍କ ମୃତ ଦେହ ଆଜି ସୁନ୍ଦରଗଡରେ ପହଞ୍ଚିଛି। ଗତ ୧୯ ତାରିଖରେ ଏକ ସୁଟକେଶରୁ ପ୍ରତିମାଙ୍କ ମୃତ ଦେହ ମୁମ୍ବାଇ ପୋଲିସ ରାସ୍ତାରୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ମୁମ୍ବାଇ ପୋଲିସ ପ୍ରତିମାଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କ ପ୍ରେମିକ ମନୋଜ ବାର୍ଲା କୁ ଗିରଫ କରିଛି। ଉଭୟ
ଲିଭ ଇନ୍ ରିଲେସନଶିପରେ ଦୁଇବର୍ଷ ହେଲା ମୁମ୍ବାଇରେ ରହୁଥିଲେ। ଚରିତ୍ରକୁ ସନ୍ଦେହ କରି ମନୋଜ ହତ୍ୟା କରିଥିବା ପୋଲିସ ଆଗରେ କହିଛି। ତେବେ ଛଅ ଦିନ ପରେ ପ୍ରତିମାଙ୍କ ଶବ ମୁମ୍ବାଇ ରୁ ଆସି ସୁନ୍ଦରଗଡରେ ପହଞ୍ଚିଛି। ଆଜି ତାଙ୍କ ଗ୍ରାମ ପନ୍ଦଲିକାନୀରେ ପ୍ରତିମାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।