ଭୁବନେଶ୍ୱର : ଉତ୍ତରକାଶୀ ଟନେଲ ଟ୍ରାଜେଡି।। ଫସି ରହିଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ନେଇ ଶ୍ରମମନ୍ତ୍ରୀ ଗଲେ ଉତ୍ତରକାଶୀ।

0 859

ଭୁବନେଶ୍ୱର : ୨୫/୧୧ (ସତ୍ୟାନ୍ୟୁଜ) ଉତ୍ତରକାଶୀ ଟନେଲରେ ଫସି ରହିଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ନେଇ ଓଡିଶା ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଆଜି ସେଠାକୁ ଯାଇଚିନ୍ତି। ଗତ ୧୪ ଦିନ ହେଲା ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ। ସେମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ୟମ। ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଓଡ଼ିଆ। ଟନେଲ ଭିତରେ ଥିବା ଶ୍ରମିକଙ୍କ ମନୋବଳ ବଢ଼ାଇବା ପାଇଁ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ନେଇ ଘଟଣାସ୍ଥଳକୁ ଆଜି ଯାଇଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀ ନାୟକ।

ଶ୍ରମିକଙ୍କ ପରିବାର ସଦସ୍ୟଙ୍କ ସହ ବିମାନରେ ସେ ଯାତ୍ରା କରିଛନ୍ତି। ଆଜି ସଂଧ୍ୟା ସୁଦ୍ଧା ଟନେଲ ନିକଟରେ ପହଞ୍ଚିବେ ମନ୍ତ୍ରୀ ଓ ଫସିଥିବା ଶ୍ରମିକଙ୍କ ପରିବାର ସଦସ୍ୟ। ତେବେ ଫସିଥିବା ସମସ୍ତ ଓଡ଼ିଆ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି। ପୂର୍ବରୁ ରାଜ୍ୟ ସରକାରଙ୍କ ଦୁଇଜଣ ଅଧିକାରୀ ଉତ୍ତରକାଶୀରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ରାଉରକେଲାରୁ ୩୨ ଇଞ୍ଚ ପରିମିତ ଲୌହ ପାଇପ ବାୟୁ ସେନା ବିମାନରେ ଯାଇଥିବା ବେଳେ ସମ୍ବଲପୁରର ଡ୍ରିଲିଂ ପାଇଁ ହୀରାକୁଦରୁ ଏକ ଅଗର ମେସିନ ଉତ୍ତରକାଶୀ ଯାଇଛି। ଗତକାଲି ରାତିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶ୍ରମିକ ମାନଙ୍କୁ ଟନେଲ ଭିତରୁ ବାହାର କରାଯାଇ ପାରି ନଥିଲା। ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଟନେଲ ମଧ୍ୟ ରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯିବା ସମ୍ଭାବନା ରହିଛି।

Leave A Reply

Your email address will not be published.