ରାଉରକେଲା : ୧୪୩ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ବାଇକ ଅରୋହି ମୃତ।। ଜଣେ ଗୁରୁତର। ଗାଡି ସହ ଡ୍ରାଇଭର ଫେରାର।
ରାଉରକେଲା/ବଣାଇ : ୨୪/୧୧ ( ସତ୍ୟାନ୍ୟୁଜ) ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଅରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ବଣାଇ ହସପିଟାଲ ନିଆ ଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ରାଉରକେଲାକୁ ସ୍ଥାନନ୍ତର କରାଯାଇଛି।
ଏହି ଦୁର୍ଘଟଣା ଶୁକ୍ରବାର ସନ୍ଧ୍ୟାରେ ଗମଲେଇ ଟୋଲ୍ ଗେଟ୍ ନିକଟରେ ଘଟିଛି। ଏକ ଅଜଣା ଗାଡି ବାଇକ୍ କୁ ଧକ୍କା ଦେବା ଫଳରେ ଦୁଇଜଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ପରେ ଡ୍ରାଇଭର ଗାଡି ନେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟଜଣେ ଆହତ ହୋଇଥିଲେ। ମୃତକ ଜଙ୍ଗଳା ଗ୍ରାମର ହୋଇଥିବା ବେଳେ ଆହତ ଯୁବକ ତେଲକୋଇ ବୋଲି ଜଣା ପଡ଼ିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।