ରାଉରକେଲା : ରାଉରକେଲା ବଣିକ ସଙ୍ଘ କଯ୍ୟାଳୟରେ ଅଗ୍ନିକାଣ୍ଡ।। ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ଗଲା।

0 558

ରାଉରକେଲା : ୨୩/୧୧ (ସତ୍ୟାନ୍ୟୁଜ) ରାଉରକେଲା ବଣିକ ସଙ୍ଘ କାର୍ଯ୍ୟଳୟରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ ହୋଇ ଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡି ନଥିଲେ ମଧ୍ୟ ଶର୍ଟ ସର୍କଟ ଯୋଗୁ ଏହି ଅଘଟଣ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ମାତ୍ର ସେତେ ବେଳକୁ ସମ୍ମିଳନୀ କକ୍ଷରେ ଥିବା ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇ ଯାଇଥିଲା। ହଲରେ ଲାଗି ଥିବା ସମସ୍ତ ଏଆରକଣ୍ଡିସନ ଯନ୍ତ୍ର ନଷ୍ଟ ହୋଇଯାଇଛି। ଖବର ପାଇ ବଣିକ ସଙ୍ଘର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ , ଉପସଭାପତି ଗୁରମିତ ସିଂ ଙ୍କ ସମେତ ବହୁ କର୍ମକର୍ତ୍ତା ସେଠାରେ ପହଞ୍ଚି ଥିଲେ। ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ ହୋଇ ପାରିନାହିଁ।

Leave A Reply

Your email address will not be published.