ରାଉରକେଲା : ବୟସ୍କ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତକୁ ୬ ବର୍ଷ ଜେଲ୍।। ଦଣ୍ଡ ବିଧାନ କଲେ ରାଉରକେଲା ଏସିଜେଏମ୍।
ରାଉରକେଲା : ୨୨/୧୧ (ସତ୍ୟାନ୍ୟୁଜ) ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ରାଉରକେଲା ଅତିରିକ୍ତ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ ଅଭିଯୁକ୍ତକୁ ୬ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୨୦୧୭ ମସିହା ଏପ୍ରିଲ ମାସରେ ବିଶ୍ରା ଥାନା ଅନ୍ତର୍ଗତ ଉଡୁସୁ ଗ୍ରାମର ଜିତେନ ମୁଣ୍ଡାରୀ ନାମକ ଜଣେ ବୟସ୍କ ବ୍ୟକ୍ତି ଘରେ ଥିବା ବେଳେ ବବଲୁ ସମାସି ନାମକ ଜଣେ ବ୍ୟକ୍ତି ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଜିତେନ ଏହି ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିଲେ। ସୂଚନା ପାଇ ବିଶ୍ରା ଥାନା ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ରଜ୍ଜୁ କରି ଅଭିଯୁକ୍ତ ବବଲୁ କୁ ଗିରଫ କରିଥିଲେ। ତତ୍କାଳୀନ ବିଶ୍ରା ଥାନା ଇନିସ୍ପେକ୍ଟର ପ୍ରଭାତ କୁମାର ବିଶ୍ବାଳ ମାମଲାର ତଦନ୍ତ କରି ମାସକ ମଧ୍ୟରେ ଚାର୍ଜସିଟ ଦାଖଲ କରିଥିଲେ। ସାକ୍ଷ , ପ୍ରମାଣ କୁ ଆଧାର କରି ଆଜି ରାଉରକେଲା ଏସିଜେଏମ୍ ଅଭିଯୁକ୍ତକୁ ଦଣ୍ଡ ବିଧାନ କରିଛନ୍ତି।