ରାଉରକେଲା : ରାଜ୍ୟରେ ବଢି ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ବିଜେପିର ଗଣ ବିକ୍ଷୋଭ।। ଦୁର୍ନୀତିର ସିବିଆଇ ତଦନ୍ତ ଦାବି।

0 288

ରାଉରକେଲା : ୨୨/୧୧ (ସତ୍ୟାନ୍ୟୁଜ) ରାଜ୍ୟରେ ଏବେ ଦୁର୍ନୀତି ବଢି ବଢି ଚାଲିଛି। ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ବିଜେଡି ସରକାର ଶାସନ ସମୟରେ ସରକାରୀ ଅଧିକାରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। ଏହି ଅଭିଯୋଗ କରି ଆଜି ରାଉରକେଲାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସମସ୍ତ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରି ବିଜେପିର ଶତାଧିକ କର୍ମୀ ଧାରଣାରେ ବସିଥିଲେ। ବିଜେପି ଅଧ୍ୟକ୍ଷା ଲତିକା ପଟ୍ଟନାୟକ , ବିଜେପି ନେତା ନିହାର ରାୟ , ଧୀରେନ ସେନାପତି , ପ୍ରମିଳା ଦାସ , କଳ୍ପନା ଲେଙ୍କା , ଭଗବାନ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।

Leave A Reply

Your email address will not be published.