ସୁନ୍ଦରଗଡ଼ : ମୁମ୍ବାଇରେ ସୁଟକେଶରେ ମିଳିଲା ସୁନ୍ଦରଗଡ଼ ଯୁବତୀଙ୍କ ମୃତ ଦେହ।। ଅନ୍ୟ ସହ ସମ୍ପର୍କ ସନ୍ଦେହ କରି ପ୍ରେମିକ ହତ୍ୟା କରିଥିବା ସୂଚନା। ଅଭିଯୁକ୍ତ ପ୍ରେମିକ ଗିରଫ।

0 1,126

ସୁନ୍ଦରଗଡ : ୨୨/୧୧ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଯୁବତୀଙ୍କୁ ମୁମ୍ବାଇରେ ହତ୍ୟା କରାଯାଇଛି। ହତ୍ୟା କରିବା ପରେ ପ୍ରେମିକ ଯୁବତୀଙ୍କ ଶବକୁ ଏକ ସୁଟକେଶରେ ଭର୍ତ୍ତି କରି ରାସ୍ତାରେ ଫୋପାଡ଼ି ଦେଇଥିଲା। ପୋଲିସ କୁର୍ଲା ଷ୍ଟେସନ ରାସ୍ତାରେ ସୁଟକେଶରେ ଯୁବତୀଙ୍କ ଶବ ପାଇବା ପରେ ଏକ ହତ୍ୟା ମାମଲା ରଜ୍ଜୁ କରି ତଦନ୍ତ କରୁଥିଲେ। ହତ୍ୟା ପରେ ଅଭିଯୁକ୍ତ ମନୋଜ ବାର୍ଲା ଫେରାର ହୋଇ ଯାଇଥିଲା। ପରେ ଖବର ପାଇ ଥାନେ ରେଲୱେ ଷ୍ଟେସନରୁ କୁର୍ଲା ପୋଲିସ ମନୋଜ କୁ ଗିରଫ କରିଥିଲା। ମନୋଜକୁ ଗିରଫ କରିବା ପରେ ରିମାଣ୍ଡ ରେ ଆଣି ପୋଲିସ ଅଧିକ ପଚରା ଉଚୁରା କରୁଛି। ଅଭିଯୁକ୍ତ ମନୋଜ ସୁନ୍ଦରଗଡ଼ ତଳସରା ଥାନା ସାହେବଡେରା ଗାଁ ର ବୋଲି ଜଣାପଡିଛି। ଯୁବତୀଙ୍କ ମୃତ ଦେହ ଆଣିବାକୁ ପରିବାର ଲୋକେ ମୁମ୍ବାଇ ଯାଇଛନ୍ତି। ଯୁବତୀ ଜଣକ ଲିଫ୍ରିପଡ଼ା ଥାନା ଅଞ୍ଚଳର ପ୍ରତିମା କେର୍କେଟା ବୋଲି ଜଣା ପଡ଼ିଛି। ଉଭୟ ପ୍ରତିମା ଏବଂ ମନୋଜ ମୁମ୍ବାଇର ଧାରାବି ଅଞ୍ଚଳରେ ଏକ ଭଡ଼ା ଘରେ ଲିଭ୍ ଇନ ରିଲେସନଶିପରେ ରହୁଥିଲେ । ଅନ୍ୟ ଯୁବକ ଙ୍କ ସହିତ ଯୁବତୀଙ୍କ ସମ୍ପର୍କ ଥିବା ସନ୍ଦେହ କରି ଅଭିଯୁକ୍ତ ତଣ୍ଟି ଚିପି ହତ୍ୟା କରିଥିବା ତଦନ୍ତରୁ ଜଣା ପଡ଼ିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.