ରାଉରକେଲା : ବେଦବ୍ୟାସ ଠାରେ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ।। ଏହି ମେଳା ତିନିଦିନ ଧରି ଚାଲିବ।

0 419

ରାଉରକେଲା : ୨୧/୧୧ (ସତ୍ୟାନ୍ୟୁଜ) : ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସ୍ଥାନୀୟ ବେଦବ୍ୟାସ ମେଳା ପଡିଆଠାରେ ଆଜିଠାରୁ ଆରମ୍ଭ ହୋଇଯାଇଛି। ଆଜି ଜିଲ୍ଲା ପରିଷଦ ଅଧ୍ଯକ୍ଷା, ସୁନ୍ଦରଗଡ ଶ୍ରୀ ମତୀ କୁନ୍ତୀ ପ୍ରଧାନ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଏହାର ଉଦଘାଟନ କରିଥିଲେ ଏବଂ ବିଭିନ୍ନ ଷ୍ଟଲ ବୁଲି ଦେଖି ଥିଲେ। ଏହି ଅବସର ରେ ଅନୁଷ୍ଠିତ ସଭାରେ ଉଦ୍ବୋଧନ ଦେଇ ସେ କହିଥିଲେ ଯେ ଏହି ପ୍ରଦର୍ଶନୀ ଯୋଗୁଁ ଆମର କୃଷକ ଭାଇ ଓ ଭଉଣୀମାନେ ଆଧୁନିକ ଯନ୍ତ୍ରପାତି ବିଷୟରେ ଜାଣିପାରିବେ। ଆଧୁନିକ ଯନ୍ତ୍ରପାତି କୌଶଳ ବ୍ଯବହାର କରି ସଫଳ ଚାଷୀ ହୋଇପାରିବେ ଏବଂ ଅଧିକ ରୋଜଗାର କ୍ଷମ ହୋଇପାରିବେ। ସୁନ୍ଦର ଗଡ ଜିଲ୍ଲା ମିଲେଟ ଚାଷ ରେ ଅନ୍ୟ ଜିଲ୍ଲା ଠାରୁ ଅଗ୍ରଣୀ। ଆଗାମି ଦିନରେ ମିଲେଟ ଚାଷ ଏବଂ ମିଲେଟ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରୟରେ ଏହା ସମଗ୍ର ଦେଶରେ ଅଗ୍ରଣୀ ଜିଲ୍ଲା ହେଉ ବୋଲି ସେ ଆହ୍ବାନ କରି ଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ଯ ଜିଲ୍ଲା କୃଷି ଅଧିକାରୀ , ସୁନ୍ଦରଗଡ ହରିହର ନାୟକ ଚାଷୀ ଭାଇ ଓ ଭଉଣୀମାନଙ୍କୁ ନିଜର ଚାଷକୁ ଉନ୍ନତମାନର କରିବା ସହିତ ଖର୍ଚ୍ଚ କମକରିବା ପାଇଁ ଅଧିକ ଯନ୍ତ୍ର ପାତିର ବ୍ଯବହାର କରିବା ପାଇଁ ଓଡିଶା ସରକାର ଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା, ସରକାରଙ୍କ ତରଫରୁ ଦିଆଯାଇ ଥିବା ରିହାତି ବିଷୟରେ ଅବଗତ କରାଇ ଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ରେ ସମ୍ମାନିୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ଯ ଲାଠିକଟା ଭୁବନ କୁଜୁର ଓ ସଂଯୁକ୍ତା ବିନ୍ଦୁ ଲାକ୍ରା, କୁଆରମୁଣ୍ଡା ପଂଚାୟତ ସମିତି ଅଧ୍ଯକ୍ଷ ଜ୍ୟୋତି କେରକେଟା ଓ ଉପାଧ୍ୟକ୍ଷ ସୁନିତା ଅହିର, ନିର୍ବାହୀ ଯନ୍ତ୍ରୀ (କୃଷି), ସୁନ୍ଦରଗଡ, ପରମାନନ୍ଦ ପ୍ରଧାନ, ବରିଷ୍ଠ ବୈଜ୍ଞାନିକ ମୁଖ୍ଯ କୃଷି ବିଜ୍ଞାନ କେନ୍ଦ୍ର ଜୟନ୍ତ ପତି , ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଦୁଷ୍ମନ୍ତ ବେହେରା, ରାଜଗାଗପୁର କୃଷି ଜିଲ୍ଲା ଅଧିକାରୀ ଜଗନ୍ନାଥ ଦାସ, ସୁନ୍ଦରଗଡ କୃଷି ଜିଲ୍ଲା ଅଧିକାରୀ ଜଗଦୀଶ ବେହେରା ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ଚାଷୀ ମାନେ ଉପସ୍ଥିତ ଥିଲେ। ଶେଷରେ ପାନପୋଷ କୃଷି ଜିଲ୍ଲା ଅଧିକାରୀ ରିଲିଜିୟସ ବେକ ଧନ୍ଯବାଦ ଅର୍ପଣ କରିଥିଲେ। ଏହି ମେଳାରେ ମୋଟ ୪୪ ଗୋଟି ଷ୍ଟଲ ଲାଗିଛି। ଏଥିରେ ଭିନ୍ନ ଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ପ୍ରଦର୍ଶନ କରା ଯାଇଛି। ପ୍ରତିଦିନ କୃଷକ ମାନଙ୍କ ପାଇଁ ସେମିନାର ମଧ୍ଯ ଆୟୋଜନ କରାଯିବ। ଏହା ୨୩ ନଭେମ୍ବର ପର୍ଯ୍ୟନ୍ତ ସକାଳ ୧୦ ଘଟିକାରୁ ସଂଧ୍ଯା ୬ ଘଟିକା ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.