ଦନ୍ତାହାତୀ ଆକ୍ରମଣରେ ବଣେଇ ରେ ଜଣେ ମହିଳା ଗୁରୁତର ।। ଲୋକେ ଆତଙ୍କିତ ।

0 388

ରବିବାର ସକାଳୁ ବଣେଇ ସହର ମଧ୍ୟକୁ ପଶି ଆସି ଡେରା ପକାଇଥିବା ଦୁଇଟି ଦନ୍ତା ହାତୀଙ୍କ ଆତଙ୍କ ବଢି ଚାଲିଛି । ଆଜି ସକାଳେ ବଣେଇ ର ଡରେଇକେଲା ରେ ଜଣେ ମହିଳା ପ୍ରାତ ଭ୍ରମଣ ରେ ବାହାରିଥିବା ବେଳେ ଦନ୍ତା ହାତୀ ର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ।

ଆହତ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ହସପିଟାଲ କୁ ସ୍ଥାନାନ୍ତର କରାଯାଇଛି । ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଅଞ୍ଚଳ ରେ ଦୀର୍ଘ ୧୫ ଦିନ ଧରି ଦୁଇ ଟି ଦନ୍ତା ହାତୀ ଉତ୍ପାତ ଚଳାଇ ଥିବା ବେଳେ ଗତ କାଲି ବଣାଇ ସହର କୁ ପଶି ଆସିଥିଲେ । ବାଣେଶ୍ବର ମନ୍ଦିର ର ପାଚେରୀ ଭାଙ୍ଗିବା ପରେ ରାତିରେ ବନବିଭାଗ ପକ୍ଷରୁ ହାତୀ ଘଉଡାଇବାକୁ ଉଦ୍ୟମ ହୋଇଥିଲା । ମାତ୍ର ଆଜି ସକାଳୁ ହାତୀ ପୁଣି ଫେରିଆସି ପ୍ରାତ ଭ୍ରମଣରେ ଯାଉଥିବା ମହିଳା ଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିଲା । ଏବେ ବନ ବିଭାଗ ପକ୍ଷରୁ ଦନ୍ତା ଦୁଇଟି ର ଗତିବିଧି ଉପରେ ନଜର ରଖାଯାଇଥିବା ବେଳେ ରାତିରେ ଜଙ୍ଗଲ ମଧ୍ୟକୁ ହାତୀ ଘଉଡାଇବାକୁ ଉଦ୍ୟମ କରାଯିବ ।

Leave A Reply

Your email address will not be published.