ସହର ଭିତରେ ପଶିଲେ ହାତୀ । ବଣେଇ ବାଣେଶ୍ଵର ମନ୍ଦିରର ପାଚେରୀ ଭାଙ୍ଗିବା ସହ ସେଠାରେ ଡେରା ପକାଇ ରହିଛନ୍ତି ଦୁଇ ଟି ହାତୀ। ଗୋଠଛଡା ହୋଇ ଏହି ଦୁଇଟି ଦନ୍ତା ହାତୀ ଏବେ ବଣାଇ ସହ ତାମରା ବନାଞ୍ଚଳ ରେ ମଧ୍ୟ ପାଞ୍ଚଦିନ ହେଲା ଉତ୍ପାତ କରିବା ସହ ଫସଲ , ଘର ଆଦି ନଷ୍ଟ କରୁଛନ୍ତି ।
ଦନ୍ତାହାତୀ ଦୁଇଟି ଗ୍ରାମ ନିକଟକୁ ଆସି ଧାନ ଫସଲ ନଷ୍ଟ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳ ରେ ରହୁ ଥିବା ଗ୍ରାମବାସୀ ହାତୀ ଭୟରେ ତାଟି କବାଟ ପକାଇ ପିଲା ଛୁଆ ଧରି ବାହାରେ ରହୁଛନ୍ତି। ଦିନରେ ନିକଟରେ ଥିବା ଜଙ୍ଗଲ ରେ ରହୁଥିବା ବେଳେ ରାତିରେ ବାହାରି ଧାନ ଖାଇବା ସହ ଫସଲ ନଷ୍ଟ କରୁଛନ୍ତି । ବନବିଭାଗ କର୍ମଚାରୀ ଏବଂ ଅଧିକାରୀ , ହାତୀ ଘଉଡାଇବା ସ୍କ୍ୱାର୍ଡ, ସ୍ଥାନୀୟ ଲୋକମାନେ ହାତୀ ଅନ୍ୟ ଦିଗକୁ ଘଉଡ଼ାଉବାକୁ ଉଦ୍ୟମ ଜାରି ରଖି ଥିଲେ ମଧ୍ୟ ହାତୀ ଦୁଇଟି ଯିବାର ନା ଧରୁନାହାନ୍ତି । ଧାନ ଫସଲ ନଷ୍ଟ କରୁଥବା ରୁ ଚାଷୀ ମାନେ ଏବେ ଚିନ୍ତାରେ । ଫସଲ ହାନି କ୍ଷୟକ୍ଷତି ର ଆକଳନ କରି ବନବିଭାଗ ପକ୍ଷରୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ତେବେ ବଣେଇ ସହର ମଧ୍ୟକୁ ଦନ୍ତା ହାତୀ ଦୁଇ ଟି ପଶି ଆସିଥିବାରୁ ବନବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ନିଦ ହଜି ଯାଇଛି । ଦିନରେ ହାତୀ ଘଉଡାଇବା ସମ୍ଭବ ନଥିବାରୁ ଆଜି ରାତିରେ ହାତୀ ଘଉଡାଇବାକୁ ବ୍ୟବସ୍ଥା କରାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଉଛି ।