ସୁନ୍ଦରଗଡ : ପାଣି ପାଇଁ କଲେଜ ସମ୍ମୁଖରେ ଧାରଣା ଦେଲେ ସରକାରୀ କଲେଜ ହଷ୍ଟେଲ ଛାତ୍ରଛାତ୍ରୀ।। ୪ ଦିନ ଧରି ହଷ୍ଟେଲକୁ ପାଣି ଆସୁନାହିଁ।
ସୁନ୍ଦରଗଡ଼ : ୨୧/୧୧ (ସତ୍ୟାନ୍ୟୁଜ) ଗୋଟିଏ ପଟେ ସରକାର ୨୪ ଘଣ୍ଟିଆ ପାଣି ଯୋଗାଣ ପାଇଁ ଯୋଜନା କରୁଥିବା ବେଳେ ଅନ୍ୟପଟେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି କକେଜ ଛାତ୍ରଛାତ୍ରୀ। ଏପରି ଚିତ୍ର ଆସିଛି ସୁନ୍ଦରଗଡରୁ। ଏପରିକି ପାଣି ପାଇଁ କଲେଜ ବନ୍ଦ କରି ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି କଲେଜ ସମ୍ମୁଖରେ। ପାଣି ନ ଆସିବାରୁ ହଷ୍ଟେଲ ର ସମସ୍ତ ଛାତ୍ରଛତ୍ରୀ ଗରା , ବାଲ୍ଟି ଆଦି ଧରି କଲେଜ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ର ଚାରୋଟି ହଷ୍ଟେଲ ରେ ଗତ ଦୁଇ ମାସ ରୁ ଉର୍ଦ୍ଧ ସମୟ ହେବ ଠିକ୍ ଭାବରେ ପାଣି ଆସୁନାହିଁ । ଅନ୍ୟପଟେ ଗତ ଚାରି ଦିନ ହେବ ବିଲକୁଲ ପାଣି ଆସିନାହିଁ । ଫଳରେ ଅନେକ ଅସୁବିଧା ଭୋଗ କରୁଛନ୍ତି ହଷ୍ଟେଲ ର ଅନ୍ତେବାସୀ। ଛାତ୍ରଛାତ୍ରୀଙ୍କ ଦାବିକୁ ସମର୍ଥନ ଜଣାଇ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଆସି ଧାରଣାରେ ବସିଥିଲେ।
କଲେଜ କର୍ତ୍ତୃପକ୍ଷ ଏବଂ ପୋଲିସ ଛାତ୍ରଛାତ୍ରୀ ଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ବୁଝିବା ପାଇଁ ନାରାଜ ଥିଲେ । ଶେଷରେ ଜନସ୍ଵାସ୍ଥ୍ୟ ଅଧିକାରୀ ଆସି ପାଣି ନିୟମିତ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତଥାପି ଛାତ୍ରଛାତ୍ରୀ ମାନେ କାମ ଆରମ୍ଭ ନହେଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଜିଦ୍ ଧରିଥିଲେ। ଶେଷ ରେ ପିଏଚଡ଼ି ପକ୍ଷରୁ କାମ ଆରମ୍ଭ ହେଲା ପରେ ଆନ୍ଦୋଳନରୁ ଓହରି ଥିଲେ ଛାତ୍ରଛାତ୍ରୀ।