ରାଉରକେଲା : ବାୟୁ ସେନା ବିମାନରେ ପଠାଗଲା ପାଇପ।। ଉତ୍ତରକାଶୀ ଟନେଲ୍ ରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଗଲା ପାଇପ।

0 517

ରାଉରକେଲା : ୨୧/୧୧ (ସତ୍ୟାନ୍ୟୁଜ) ଉତ୍ତରାଖଣ୍ଡରେ ନିର୍ମାଣଧୀନ ଟନେଲ ଭୁଷୁଡି ପଡିବାରୁ ସେଠାରେ ଫସି ରହି ଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟରେ ରାଉରକେଲା ସାମିଲ ହୋଇଛି। ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଛି ରାଉରକେଲା ଇସ୍ପାତ କାରଖାନା ନିର୍ମିତ ସ୍ୱତନ୍ତ୍ର ପାଇପ। ଏଥି ପାଇଁ ଭାରତୀୟ ବାୟୁ ସେନାର ୪ଟି ବିମାନରେ ଗତକାଲି ଏବଂ ଆଜି ୨୪ ଟି ୩୨ ଇଞ୍ଚ ପରିମିତ ପାଇପ ପଠା ଗଲାଣି। ଏହି ଲୌହ ପାଇପକୁ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯିବ। ରାଉରକେଲାରେ ଅବସ୍ଥାପିତ ଏଆରପୋର୍ଟ ଆଥରିଟି ଅଫ ଇଣ୍ଡିଆ ର ଏ ଟି ସି ଇନଚାର୍ଜ ହେମନ୍ତ କୁମାରଙ୍କ ତ୍ୱତ୍ତବଧାନରେ ଏହି ପାଇପ ପଠା ଯାଇଥିଲା। ସାଇ ସିଦ୍ଧାର୍ଥ ଲଜିଷ୍ଟିକ କମ୍ପାନୀର କର୍ମଚାରୀ ମାନେ ଏହି ପାଇପ ର ଲୋଡିଙ୍ଗ ବାୟୁ ସେନା ବିମାନରେ କରାଇ ଥିଲେ। ସୁରକ୍ଷା ପାଇଁ ରାଉରକେଲା ଏଆରପୋର୍ଟରେ ପୋଲିସ ମୁତୟନ ସହ ଫାୟାର ବ୍ରିଗେଡ଼ ରଖା ଯାଇ ଥିଲା। ସୂଚନାଯୋଗ୍ୟଯେ ଦୀର୍ଘ ୧୦ ଦିନ ହେଲା ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକ ମାନଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ସେମାନଙ୍କୁ ପାଇପ ଯୋଗେ ଅକ୍ସିଜେନ ଏବଂ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଉଛି। ତେବେ ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ ବିଦେଶୀ ବିଶେଷଜ୍ଞଙ୍କୁ ନିୟୋଜିତ କରା ଗଲାଣି। ଉଦ୍ଧାର କାର୍ଯ୍ୟ ଲାଗି ଆଜି ରାଉରକେଲାରୁ ସ୍ୱତନ୍ତ୍ର ପାଇପ ଯିବା ପରେ ଫସି ରହିଥିବା ଶ୍ରମିକ ମାନଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯିବା ନେଇ ଆଶା ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ ଟନେଲ ଭିତରେ ଫସି ରହିଥିବା ୪୧ ଜଣଙ୍କ ମଧ୍ୟରୁ ଓଡ଼ିଶାର ୫ ଜଣ ଶ୍ରମିକ ଅଛନ୍ତି।

Leave A Reply

Your email address will not be published.