ରାଉରକେଲା : ଆସନ୍ତା ୨୬ , ୨୭ ଏବଂ ୨୮ ତାରିଖରେ ରାଜଧାନୀରେ ୭୨ ଘଣ୍ଟିଆ ମହା ଧାରଣା।। କେନ୍ଦ୍ରରେ ବିଜେପି ସରକାରର ବିଫଳତା ବିରୁଦ୍ଧରେ ଧାରଣା।

0 404

ରାଉରକେଲା : ୨୧/୧୧ (ସତ୍ୟାନ୍ୟୁଜ) ବିଜେପି ସରକାର ସବୁ କ୍ଷତ୍ରରେ ବିଫଳ ହୋଇଥିବା ଏବଂ ଏହି ସରକାର ଜନ ବିରୋଧୀ ବୋଲି ଅଭିଯୋଗ କରିଛି କେନ୍ଦ୍ରୀୟ ସଙ୍ଗଠନ ମିଳିତ ମଞ୍ଚ। ଏହି ପରିପ୍ରେକ୍ଷୀରେ ରାଉରକେଲା ୧୬ ନମ୍ବର ସେକ୍ଟର ସିଟୁ କାର୍ଯ୍ୟଳୟରେ ମଙ୍ଗଳବାର ସନ୍ଧ୍ୟାରେ ଏକ କର୍ମୀ ସମ୍ମିଳନୀ ହୋଇଥିଲା । ବିଜେପିସରକାର ହଟାଇ ଦେଶ ବଞ୍ଚାଇବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ସିଟୁର ସର୍ବ ଭାରତୀୟ ଉପ ସଭାପତି ବିଷ୍ଣୁ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ୨୧ ଦଫା ଦାବି ନେଇ ଆସନ୍ତା ନଭେମ୍ବର ୨୬ , ୨୭ ଏବଂ ୨୮ ତାରିଖରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୭୨ ଘଣ୍ଟିଆ ଆହୋରାତ୍ର ମହା ଧାରଣାର ପାଇଁ ଆହ୍ୱାନ ଦିଆଯାଇଛି।

Leave A Reply

Your email address will not be published.