ବଣାଇ : ଗେଟ୍ ରେ ତାଲା ପଡ଼ିଥିବାରୁ ଅଂଳା ନବମୀରେ ଚାରି ଘଣ୍ଟା ବନ୍ଦ ରହିଲା ବାବା ବାଣେଶ୍ୱରଙ୍କ ନୀତିକାନ୍ତି।।

0 347

ରାଉରକେଲା : ୨୧/୧୧ (ସତ୍ୟାନ୍ୟୁଜ) ଅଂଳା ନବମୀରେ ୪ ଘଣ୍ଟା ବନ୍ଦ ରହିଲା ବାବା ବାଣେଶ୍ବରଙ୍କ ମନ୍ଦିର। ଏନେଇ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଥିବା ବାବା ବାଣେଶ୍ୱର ମନ୍ଦିର ରେ ଆଜି ଦେଖିବାକୁ ମିଳିଥିଲା ଏହି ଅଭାବନୀୟ ଘଟଣା। କାର୍ତ୍ତିକ ମାସ ଅଁଳl ନବମୀ ଥିବାରୁ ସକାଳୁ ସକାଳୁ ଭକ୍ତ ମାନଙ୍କ ଭିଡ଼ ହୋଇଥିଲା। ମନ୍ଦିର ଖୋଲା ନଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଖବର ପାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ନିଜେ ଆସି ମନ୍ଦିର ଗେଟ ତାଲା ଖୋଲି ଥିଲେ । ମନ୍ଦିର ର ପୂଜକଙ୍କ କିଛି ଅସୁବିଧା ଥିବାରୁ ସମସ୍ତ ପୂଜକ ପୂଜା ବନ୍ଦ କରିଥିଲେ । ଆଗକୁ ଏପରି ଅସୁବିଧା ଯେପରି ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ବଣାଇ ଉପଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.