ସୁନ୍ଦରଗଡ଼ : ସ୍ୱାସ୍ଥ୍ୟ , ରାସ୍ତା ଘାଟ ମରାମତି , ବିଦ୍ୟୁତ ଯୋଗାଣ , ରେସନ କାର୍ଡ ଆଦି ସମସ୍ୟା ଆସିଥିଲା।। ଲେଫ୍ରିପଡା ବ୍ଲକରେ ଯୁଗ୍ମ ଜନଶୁଣାଣି।
ସୁନ୍ଦରଗଡ଼ : ୨୦/୧୧ (ସତ୍ୟାନ୍ୟୁଜ): ଲେଫ୍ରିପଡା ବ୍ଲକ ପରିସର ଠାରେ ଆଜି ଜିଲ୍ଲା ପ୍ରଶାସନ ଦ୍ବାରା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ଯୋଗ ଦେଇ ଜନସାଧାରଣ ଙ୍କ ଅଭିଯୋଗ ଗୁଡ଼ିକ ର ଶୁଣାଣି କରିଥିଲେ।
ଆଜି ମୋଟ ୫୯ ଗୋଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୩୭ ଗୋଟି ବ୍ୟକ୍ତିଗତ ଅଭିଯୋଗ ଆଦି ଥିବାବେଳେ ୨୨ ଗୋଟି ବିଭିନ୍ନ ସାମୁହିକ ଅଭିଯୋଗ ରହିଥିଲା। ଏହି ସବୁ ମଧ୍ୟରୁ ୧୨ ଗୋଟି ଅଭିଯୋଗ ଗୁଡ଼ିକର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। ସେଥି ମଧ୍ୟରୁ ୨ ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ ମଧ୍ୟ ରହିଥିଲା। ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ସ୍ୱାସ୍ଥ୍ୟ ସମସ୍ୟା, ଭତ୍ତା, ରାସନ୍ କାର୍ଡ ସମସ୍ୟା, ରାସ୍ତାଘାଟ ମରାମତି, ବିଦ୍ୟୁତ୍ ଯୋଗାଣ ସମସ୍ୟା ଆଦି ରହିଥିଲା।
ଆଜିର ଏହି ଜନ ଅଭିଯୋଗ ଶୁଣାଣି ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ମନୋଜ ମହାଜନ ତଥା ସମସ୍ତ ଅଧିକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ।