ରାଉରକେଲା : ୨୦/୧୧ (ସତ୍ୟାନ୍ୟୁଜ) ପୋଲିସ ଗାଡି ଓଲଟି ପଡିବାରୁ ଫାଣ୍ଡି ଅଧିକାରୀଙ୍କ ସମେତ ୪ ଜଣ ପୋଲିସ କର୍ମଚାରୀ ଗୁରତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ କର୍ମଚାରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଟେନ୍ସ। ଆଉଟ ପୋଷ୍ଟ ନିକଟରେ। ଏକ ବୋଲେରୋ ଗାଡ଼ିରେ ଟେନସା ଫାଣ୍ଡି ପୋଲିସ କର୍ମୀ ମାନେ ପେଟ୍ରୋଲିଂ ସାରି ଫେରୁଥିବା ବେଳେ ଆଜି ଭୋରୁ ଏହି ଦୁର୍ଘଟଣା ଘଟିଛି। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ।