ରାଉରକେଲା : ଘରୋଇ ହସ୍ପିଟାଲର ଦୂତୀୟ ମହଲାରୁ ପଡି ରୋଗୀଙ୍କ ମୃତ୍ୟୁ।। ଆଖି ଅପରେସନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ରାଉରକେଲା : ୨୦/୧୧ (ସତ୍ୟାନ୍ୟୁଜ) ରାଉରକେଲାରର ଏକ ଘରୋଇ ଆଖି ଡାକ୍ତରଖାନା ଛାତ ଉପରୁ ପଡି ଜଣେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଲାଠିକଟା ଅଞ୍ଚଳର ମଙ୍ଗରୁ ଟିଗା ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗରୁ ଟିଗା ୩ ଦିନ ରାଉରକେଲା ସିଭିଲ ଟାଉନଶିପ୍ ରେ ଥିବା ବର୍ମା ଚକ୍ଷୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର କାଟ୍ରାଟ୍ ଅପରେସନ ହୋଇଥିଲା। ରବିବାର ସନ୍ଧ୍ୟାରେ ସେ ଡାକ୍ତରଖାନାର ଦୂତୀୟ ତାଲାରେ ଅନ୍ୟ ମାନଙ୍କ ସହ ଖାଉଥିବା ବେଳେ ହଠାତ ତଳକୁ ଡେଇଁ ପଡ଼ିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି। ତାଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରଘୁନାଥପାଲି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ଘଟଣାର ତଦନ୍ତ କରିଛନ୍ତି। କେଉଁ ପରିପ୍ରେକ୍ଷୀରେ ୪୦ ବର୍ଷୀୟ ମଙ୍ଗରୁ ହସପିଟାଲ ରୁ ପଡି ମୃତ୍ୟୁ ବରଣ କଲେ ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ କହିଛି।