ରାଉରକେଲା : ସୂର୍ଯ୍ୟ ଦେବତାଙ୍କୁ ଦୂତୀୟ ଅର୍ଘ୍ୟ ଦେବା ସହ ଛଟ୍ ପର୍ବର ସମାପନ।। ବିଭିନ୍ନ ନଦୀ ଘାଟରେ ବ୍ରତଧାରୀଙ୍କ ଭିଡ଼।
ରାଉରକେଲା : ୨୦/୧୧ (ସତ୍ୟାନ୍ୟୁଜ) ସୂର୍ଯ୍ୟ ଦେବତାଙ୍କୁ ଦୂତୀୟ ଅର୍ଘ୍ୟ ଦେବା ସହ ଚାରିଦିନ ଧରି ଚାଲିଥିବା ଛଟ୍ ପୂଜା ସମାପନ ହୋଇଛି। ରାଉରକେଲାର ବିଭିନ୍ନ ନଦୀ ଘାଟରେ ଗତକାଲି ସନ୍ଧ୍ୟାରେ ସୂର୍ଯ୍ୟ ଦେବତାଙ୍କୁ ପ୍ରଥମ ଅର୍ଘ୍ୟ ଦେବାପରେ ଆଜି ଦୂତୀୟ ଅର୍ଘ୍ୟ ଦିଆଯାଇଛି। ସହରର ବ୍ରାହ୍ମଣୀନଦୀର ବାଲୁଘାଟ , ରୂପଟୋଲା ଘାଟ, ପାନପୋଷ , କୋଏଲ ନଦୀର ଝିରିପାଣି ଆଦି ଘାଟରେ ସୋମବାର ସକାଳେ ବ୍ରତାଧାରୀ ମାନେ ଛଟ୍ ମାତାଙ୍କୁ ପୂଜା କରିବା ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେଇଥିଲେ। ସୁରୁଖୁରୁରେ ପର୍ଵ ପାଳନ ଲାଗି ବିଭିନ୍ନ ଛଟ୍ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।