ରାଉରକେଲା : ମାଟ୍ରିକ ପରୀକ୍ଷାର ଜିଲ୍ଲା ସ୍ତରୀୟ ଟପ୍ପର ମାନଙ୍କୁ ପୁରସ୍କୃତ କରାଗଲା।। ଭାରତୀୟ ବିଦ୍ୟା ଭବନ ପକ୍ଷରୁ ପୁରସ୍କୃତ।

0 343

ରାଉରକେଲା : ୧୯/୧୧ (ସତ୍ୟାନ୍ୟୁଜ) ରାଉରକେଲା ୫ ନମ୍ବର ସେକ୍ଟରରେ ଥିବା ଭାରତୀୟ ବିଦ୍ୟା ଭବନ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଆଜି ପୁରସ୍କୃତ କରାଯାଇଥିଲା। ୬ ନମ୍ବର ସେକ୍ଟର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଏହି ୧୪ତମ ବାର୍ଷିକ ପୁରସ୍କାର ବିତାରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱାମୀ ଚିଦାନନ୍ଦ ସେଣ୍ଟିନାରୀ ମେରିଟ ଏୱାର୍ଡ ଉତ୍ସବରେ ବିଭିନ୍ନ ବିଷୟରେ ଜିଲ୍ଲା ସ୍ତରୀୟ ଟପ୍ପର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସୁନ୍ଦରଗଡ ଜିଲ୍ଲା ସମେତ ବାହାର ଜିଲ୍ଲାରୁ ମଧ୍ୟ ଟପ୍ପର ମାନେ ଏହି ପୁରସ୍କାର ବିତରଣୀ ଉତ୍ସବରେ ଯୋଗ ଦେଇଥିଲେ।

Leave A Reply

Your email address will not be published.