ରାଉରକେଲା : ସର୍ବଭାରତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା।। ବଡ଼ି ବିଲିଡିଂକୁ ସରକାରୀ ପ୍ରତ୍ସହୋନ ଦାବି।
ରାଉରକେଲା : ୧୯/୧୧ (ସତ୍ୟାନ୍ୟୁଜ) ସର୍ବଭାରତୀୟ ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ରାଉରକେଲାର ପ୍ରତିଯୋଗୀ ମାନେ ସଫଳ ହୋଇ ଫେରିବା ପରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅକ୍ଟୋବର ୨୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ଔରଙ୍ଗାବାଦରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡିଶାରୁ ସମୁଦାୟ ୧୭ ଜଣ ପ୍ରତିଯୋଗୀ ଏହି ସର୍ବଭାରତୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୧୨ ଜଣ ବିଭିନ୍ନ ବର୍ଗରେ ପଦକ ହାସଲ କରିଥିଲେ। ତନ୍ମଧ୍ୟରୁ ରାଉରକେଲାର ୫ ଜଣ ପଦକ ହାସଲ କରିଥିଲେ। ରବିବାର ଦିନ ବଡ଼ି ବିଲିଡିଂ ଆସୋସିଏସନ ପକ୍ଷରୁ ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ସମସ୍ତ କ୍ରୀଡ଼ାରେ ରାଜ୍ୟ ସରକାର ପ୍ରତ୍ସହୋନ ଦେଉଥିବା ବେଳେ ବଡି ବିଲିଡିଂ କୁ ଅଣଦେଖା କରୁଥିବାରୁ ସଙ୍ଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ସରକାରୀ
ପ୍ରତ୍ସହୋନ ମିଳିଲେ ପ୍ରତିଯୋଗୀ ମାନେ ଏ କ୍ଷତ୍ରରେ ଆହୁରି ସଫଳ ହେବେ ବୋଲି ଓଡ଼ିଶା ରାଜ୍ୟ ବଡ଼ି ବିଲିଡିଂ ଆସୋସିଏସନ ସମ୍ପାଦକ ସତ୍ୟବ୍ରତ ଓଝା କହିଛନ୍ତି।