ରାଉରକେଲା/ବଣାଇ : ୧୯/୧୧ (ସତ୍ୟାନ୍ୟୁଜ) ବ୍ରିଜ ତଳକୁ କାର ଖସି ପଡିବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନାର ଫୁଲଝର ନଗରିଆ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗ୍ରାମରୁ ରାଉରକେଲା ଅଭିମୁଖେ ଆସୁଥିବା ବେଳେ ପ୍ରାୟ ରାତ୍ରି ୨ଟା ସମୟରେ ଭାରସାମ୍ୟ ହରାଇ ଗାଡିଟି ପୋଲ ତଳକୁ ପାଣି ଭିତରେ ଖସିପଡିଥିଲା । କାଦଡ଼ିଆ ଗ୍ରାମର ଅଜିତ ମାହାନ୍ତ ଏବଂ ଚାଳକ ଓମକାର ବେହେରା ଗୁରୁତର ହୋଇଥିବା ବେଳେ ଯଦୁମଣି ମହାକୁଡ଼ ସାମାନ୍ୟ ଆହତ ହୋଇଛନ୍ତି । ପ୍ରଥମେ ଆହତଙ୍କୁ ବଣାଇ ଡାକ୍ତରଖାନା ଅଣାଯାଇଥିଲା। ପରେ ଅଧିକ ଚିକିତ୍ସା ଲାଗି ରାଉରକେଲା ପଠାଯାଇଛି।