ରାଉରକେଲା : ସହରକୁ ସବୁଜ , ସୁନ୍ଦର କରିବା ସଙ୍କଳ୍ପରେ ମାରାଥନର ଅୟୋଜନ।। ପ୍ରମେୟ ଏବଂ ନ୍ୟୁଜ ସେଭେନ୍ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ

0 370

ରାଉରକେଲା : ୧୮/୧୧ (ସତ୍ୟାନ୍ୟୁଜ) ସବୁଜ ରାଉରକେଲା , ସୁନ୍ଦର ରାଉରକେଲା ସଂକଳ୍ପ ନେଇ ଆଜି ଦୈନିକ ସମ୍ବାଦ ପତ୍ର ପ୍ରମେୟ ଏବଂ ନ୍ୟୁଜ ସେଭେନ୍ ପକ୍ଷରୁ ଏକ ମାରାଥନ ର ଅୟୋଜନ କରା ଯାଇଥିଲା। ଏହି ମାରାଥନ ୬ ନମ୍ବର ସେକ୍ଟର ଟେଲିଫୋନ ଭବନ ପଡ଼ିଆରୁ ବାହାରି ୨ ନମ୍ବର ସେକ୍ଟର ଦୁର୍ଗାପୂଜା ପଡିଆ ଠାରେ ପହଞ୍ଚି ଥିଲା। ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ ଶେଖର ଭୋଇ ଏବଂ ହକି ତାରକା ଲାଜାରୁସ ବର୍ଲା ମଶାଲ ପ୍ରଜ୍ବଳିତ କରି ମରଥନର ଶୁଭାରମ୍ଭ କରିଥିଲେ । ରାଉରକେଲାକୁ ସବୁଜ ସୁନ୍ଦର କରିବା ସନ୍ଦେଶ ଦେବା ଲାଗି ପ୍ରମେୟ ଖବରକାଗଜ ପକ୍ଷରୁଆୟୋଜିତ ଏହି ମାରାଥନରେ ସହର ବହୁ ଅନୁଷ୍ଠାନ , ବ୍ୟକ୍ତିବିଶେଷ ଏବଂ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥଲେ।

Leave A Reply

Your email address will not be published.