ରାଉରକେଲା : ୧୮/୧୧ (ସତ୍ୟାନ୍ୟୁଜ) ଲୋକ ଆସ୍ଥା ର ପର୍ଵ ଛଟ୍ ପର୍ଵ ପାଳନ ଲାଗି ରାଉରକେଲା ଇସ୍ପାତ ସହର ଚଳଚଞ୍ଚଳ ହୋଇ ଉଠିଛି। ଏହି ଚାରି ଦିନିଆ ପର୍ଵ ନଭେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୦ ତାରିଖରେ ସମାପନ ହେବ। ଛଟ୍ ପର୍ବରେ ସୂର୍ଯ୍ୟ ଦେବତା ଏବଂ ଛଠି ମାତାଙ୍କୁ ପୂଜା କରାଯାଇଥାଏ। ଆସନ୍ତାକାଲି ରବିବାର ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତାଧାରୀ ମାନେ ପ୍ରଥମ ଅର୍ଘ୍ୟ ଦେବେ। ସୋମବାର ସକାଳେ ଉଦୟଗାମୀ ସୂର୍ଯ୍ୟଙ୍କୁ ଦୂତୀୟ ଅର୍ଘ୍ୟ ଦେବା ସହ ପୂଜା ସମାପନ ହେବ। ଛଟ୍ ପୂଜା ଲାଗି ପୂଜା ସାମଗ୍ରୀ , ଫଳ ମୂଳ କିଣିବାକୁ ଆଜି ବଜ଼ାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଏହି ପର୍ବରେ ଫଳ ମୂଳ ଭୋଗ ଲାଗୁଥିବାରୁ ଡେଲି ମାର୍କେଟ ଠାରେ ବିଭିନ୍ନ ପ୍ରକାର ଫଳ ଷ୍ଟଲ୍ ଲାଗିଛି। ଲୋକମାନେ ବିଶେଷ କରି ମହିଳା ମାନେ ପୂଜା ସାମଗ୍ରୀ କିଣୁ ଥିବା ଦେଖା ଯାଉଛି।