ରାଉରକେଲା : ଛଟ୍ ପୂଜା ଲାଗି ନଦୀ କୂଳରେ ଚାଲିଛି ସଫେଇ କାର୍ଯ୍ୟକ୍ରମ।। ବିଜେପି ପକ୍ଷରୁ ମହିଳା ମାନଙ୍କୁ ପୂଜା ସାମଗ୍ରୀ ବଣ୍ଟନ।

0 433

ରାଉରକେଲା : ୧୭/୧୧ (ସତ୍ୟାନ୍ୟୁଜ) ଅସ୍ଥା ଏବଂ ବିଶ୍ଵାସ ର ପର୍ଵ ଛଟ୍ ପୂଜା ଲାଗି ରାଉରକେଲାରେ ଜୋରଦାର ପ୍ରସ୍ତୁତି ଚାଲିଛି। ବ୍ରାହ୍ମଣୀ ନଦୀର ବାଲୁଘାଟ , ରୂପଟୋଲା ବସ୍ତି ଘାଟରେ ସଫେଇ କାର୍ଯ୍ୟକର୍ମ ଜାରି ରହିଛି। ଛଟ୍ ପୂଜା କମିଟି ପକ୍ଷରୁ ପୋକଲେନ ସାହାଯ୍ୟରେ ପୂଜା ସ୍ଥଳକୁ ସମତଳ କରାଯାଉଛି। ଅନ୍ୟ ପକ୍ଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଛଟ୍ ପୂଜା ବିଧି ପୂର୍ବକ କରିବା ଲାଗି ମହିଳା ମାନଙ୍କୁ ଶାଢ଼ୀ , ନଡ଼ିଆ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ବଣ୍ଟନ କରାଯାଉଛି। ବିଜେପି ପକ୍ଷରୁ ରେଲୱେ କଲୋନୀ ଠାରେ ମହିଳା ମାନଙ୍କୁ ପୂଜା ସାମଗ୍ରୀ ପ୍ରଦାନ କରାଯାଇଥିଲା। ବିଜେପି ନେତା ନିହାର ରାୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.