ରାଉରକେଲା : ସୀମାନ୍ତ ଗୋଏଲକେରା ରେ ଆଇ ଡି ବିସ୍ପୋରଣରେ ସିଆରପିଏଫ ଯବାନ ସହୀଦ।। ଅନ୍ୟ ଦୁଇ ଯବାନ ଆହତ।। ଆହତଙ୍କୁ ହେଲିକପ୍ଟରରେ ରାଞ୍ଚି ପଠାଗଲା।

0 429

ରାଉରକେଲା : ୧୭/୧୧ (ସତ୍ୟାନ୍ୟୁଜ) ପଶ୍ଚିମ ସିଂହଭୂମ ଜିଲ୍ଲାରେ ନକ୍ସଲ ଙ୍କ ବିରୁଦ୍ଧରେ ଚାଲିଥିବା ଅଭିଯାନରେ ଆଜି ଆଇ ଡି ବିସ୍ପୋରଣରେ ଜଣେ ସି ଆର ପି ଏଫ୍ ଯବାନ ସହୀଦ ହୋଇ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଅହତଙ୍କୁ ଚିକିତ୍ସା ଲାଗି ହେଲିକପ୍ଟର ଯୋଗେ ରାଞ୍ଚି ପଠାଇ ଦିଆଯାଇଛି। ଏହି ଘଟଣା ଗୋଏଲକେରା ର ହାତୀବୁର ଜଙ୍ଗଲରେ ଘଟିଛି। ଏହି ଆଇ ଡି ବିସ୍ପୋରଣରେ ବମ ନିରୋଧକ ଟିମ୍ ର କନେଷ୍ଟବଳ ସନ୍ତୋଷ ଓରାମ ସହୀଦ ହୋଇଛନ୍ତି। ସନ୍ତୋଷ ଓରାମ ସିଆରପିଏଫ ୬୦ ବାଟାଲିଅନରେ ବମ ନିରୋଧ ବିଭାଗରେ କାର୍ଯ୍ୟରତ ଥିଲେ। ଏହି ବ୍ଲାଷ୍ଟରେ ସିଆରପିଏଫ ୬୦ ବାଟାଲିଅନ ସେକେଣ୍ଡ କମାଣ୍ଡର ଏଯେତୋ ତେନେ ଏବଂ କନେଷ୍ଟବଳ ଜୟନ୍ତ ନାଥ ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କୁ ଅଧିକ ଚିକିତ୍ସା ଲାଗି ହେଲିକପ୍ଟର ଯୋଗେ ରାଞ୍ଚୀ ନିଆଯାଇଛି।

Leave A Reply

Your email address will not be published.