ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କ ହୋଇଥିଲା ହତ୍ୟା ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ନହେବାକୁ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଙ୍କ ନିବେଦନ।।
ଅନ୍ଧ ବିଶ୍ୱାସ ର ପରିଣତି କେତେ ଯେ ଭୟଙ୍କର ହୋଇପାରେ ତାହା ସ୍ପଷ୍ଟ ହୋଇଯାଇଛି ସୁନ୍ଦରଗଡ଼ ଜିଲ୍ଲା
ରାଏବଗା ଥାନା ର କାଦୋବାହାଲ ଡବଲ ମର୍ଡର ଘଟଣାରେ । ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଜଣେ ଯୁବକ ଏକ ବୃଦ୍ଧ ଦମ୍ପତିଙ୍କୁ ବୁଧୁବାର ସନ୍ଧ୍ୟାରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପ୍ରାଥମିକ ତଦନ୍ତରୁ ଏହା ଏକ ଗୁଣି ଗାରେଡି ଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକାଶ ପାଇଥିଲା
। ଆଜି ହତ୍ୟା ଅଭିଯୁକ୍ତ ଯୁବକ ପୂରନ ପଢୁଆର ଗିରଫ ହେବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ପୁରନ ଝିଅକୁ ବାରମ୍ବାର ଜର ହେଉଥିବାରୁ ଉକ୍ତ ଗ୍ରାମର ଲୋହା ପଢୁଆର ଏବଂ ତାଙ୍କ ପତ୍ନୀ ଲୁଧି ପଢୁଆର ଗୁଣି ଗାରେଡି କରୁଥିବା ସେ ସନ୍ଦେହ କରୁଥିଲା । ଏହାକୁ ନେଇ ମୃତ ବୃଦ୍ଧ ଦମ୍ପତିଙ୍କ ସହ ପୂର୍ବରୁ ପୁରନ ର ବଚସା ମଧ୍ୟ ହୋଇଥିଲା । ତେବେ ଯୋଜନା କରି ବୁଧବାର ସନ୍ଧ୍ୟାରେ ଘରେ କେହି ନଥିବେ ବେଳେ ପୁରନ ଗୋଟିଏ ଫାର୍ସା ଏବଂ ଖଣ୍ଡା ସାହାଯ୍ୟରେ ଉକ୍ତ ଦମ୍ପତିଙ୍କୁ ହାଣି ହତ୍ୟା କରିଥିଲା । ଏହି ଘଟଣାର ତଦନ୍ତ କରି ଆଜି ପୋଲିସ ପୁରନ କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ହତିଆର ଜବତ କରିଛନ୍ତି । ତେବେ ଅନ୍ଧ ବିଶ୍ୱାସ , ଗୁଣି ଗାରେଡି ଉପରେ ବିଶ୍ୱାସ ନକରି ବିଜ୍ଞାନ ଉପରେ ବିଶ୍ୱାସ କରିବାକୁ ସୁନ୍ଦରଗଡ଼ ଏସ ପି ସାଗରିକା ନାଥ ଜିଲ୍ଲାବାସୀ ଙ୍କୁ ନିବେଦନ କରିଛନ୍ତି ।