ସୁନ୍ଦରଗଡ଼ : ଥାନା ସମ୍ମୁଖରେ ଲୋକଙ୍କ ସହ ଧାରଣାରେ ବସିଲେ ସଂସଦ ଜୁଏଲ ଓରାମ।। କରମା ପୂଜା ସ୍ଥଳୀରେ ଭଙ୍ଗାରୁଜା କରିଥିବା ଦ୍ରୁବୃତ୍ତଙ୍କ ଗିରଫ ଦାବିରେ ଧାରଣା।

0 540

ସୁନ୍ଦରଗଡ଼ : ୧୬/୧୧ (ସତ୍ୟାନ୍ୟୁଜ) ଥାନା ସମ୍ମୁଖ ରେ ଧାରଣା ରେ ବସିଲେ ସାଂସଦ ଜୁଏଲ୍ ଓରାମ। ସୁନ୍ଦରଗଡ ସଦର ଥାନା ସମ୍ମୁଖରେ ଲୋକଙ୍କ ସହ ବସିଲେ ଜୁଏଲ। କରମା ପୂଜା ସ୍ଥଳୀରେ ଭଙ୍ଗାରୁଜା କରିଥିବା ଲୋକଙ୍କୁ ଗିରଫ ଦାବିରେ ଲୋକଙ୍କ ସହ ଧାରଣାରେ ବସିଲେ।
ଗତ ମାସ ୨୪ ତାରିଖରେ ସୁନ୍ଦରଗଡ କରମଡିହି ଠାରେ କରମା ପୂଜା ବେଳେ କେତେକ ଲୋକ ପୂଜା ସ୍ଥଳୀରେ ଭଙ୍ଗାରୁଜା ଓ ଲୋକଙ୍କୁ ମାଡପିଟ କରିବା ଅଭିଯୋଗ ହୋଇ ଥିଲା। ମହିଳା ମାନଙ୍କୁ ଅସଦାଚରଣ କରିବା ମଧ୍ୟ ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ନଥିବା ଅଭିଯୋଗରେ ଆଜି ଓରାମ ସମାଜର ଶତାଧିକ ଲୋକ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଖବର ପାଇ ଜୁଏଲ ଓରାମ ମଧ୍ୟ ଆସି ଧାରଣାରେ ବସିଛନ୍ତି। ଦ୍ରୁବୃତ୍ତ ମାନେ ଗିରଫ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.