ରାଉରକେଲା : ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ହେବ ନାହିଁ।। ବିଜେପି ଏକାଠି ଲଢ଼ି ରାଜ୍ୟରେ ସରକାର ଗଢ଼ିବ।

0 333

ରାଉରକେଲା : ୧୭/୧୧ (ସତ୍ୟନ୍ୟୁଜ) ‘ଆସନ୍ତା ନିର୍ବାଚନରେ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ହେବ ନାହିଁ, ଏବଂ ବିଜେପି ଏକଲା ନିର୍ବାଚନ ଲଢ଼ି ରାଜ୍ୟରେ ସରକାର ଗଢ଼ିବ’। ଏହା କହିଛନ୍ତି ସୁନ୍ଦରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ। ସାମାଜିକ ଗଣମାଧ୍ୟମ ପ୍ରତିନିଧିନମାନଙ୍କ ସହ ଏକ ଆଲୋଚନା ବେଳେ ଏହି କଥା କହିଛନ୍ତି ଜୁଏଲ। ରାଜ୍ୟ ସରକାର ଜମି ଅଧିଗ୍ରହଣ କରିପାରି ନଥିବାରୁ ତାଳଚେର- ବିମଳା ଗଡ଼ ରେଳପଥ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେଉଛି ବୋଲି ଜୁଏଲ କହିଥିଲେ। ଏହା ଛଡା ଦଳକୁ ଅଧିକ ଲୋକାଭିମୁଖୀ କରିବାକୁ ଜିଲ୍ଲାରେ ବିଜେପି ବୁଥ ସ୍ତରରୁ ଜନସମ୍ପର୍କ ଜାରି ରଖିଛି ବୋଲି ଜୁଏଲ କହିଛନ୍ତି।

Leave A Reply

Your email address will not be published.