ବିରମିତ୍ରପୁର : ଛଟ୍ ପର୍ବ ଲାଗି ବିରାମିତ୍ରପୁର ରାମୁ ତଲାବରେ ସଫେଇ କାର୍ଯ୍ୟକ୍ରମ।। ହିନ୍ଦୁ ସେନା ପକ୍ଷରୁ କରାଯାଉଛି ଏହି ସଫେଇ।
ବିରମିତ୍ରପୁର : ୧୬/୧୧ (ସତ୍ୟାନ୍ୟୁଜ) ଆଉ ମାତ୍ର ଦୁଇ ଦିନ ରହିଲା ଛଟ୍ ପୂଜା। ଏଥି ପାଇଁବିଭିନ୍ନ ଅନୁଷ୍ଠାନ , ସଙ୍ଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଛଟ୍ ପର୍ଵ ଲାଗି ରାଉରକେଲାରେ ପ୍ରସ୍ତୁତି ଚାଲିଥିବା ବେଳେ ବିରମିତ୍ରପୁରରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳାଶୟ ସଫା କରାଯାଉଛି। ଛଟ୍ ପୂଜାରେ ପୋଖରୀ , ନଦୀ କୂଳରେ ପୂଜାର୍ଚ୍ଚନା କରା ଯାଇଥାଏ। ଏହି ପରିପ୍ରେକ୍ଷୀରେ ହିନ୍ଦୁ ସେନା ପକ୍ଷରୁ ବିରମିତ୍ରପୁର ରାମୁ ତଲାବ ରେ ସଫେଇ କାର୍ଯ୍ୟକ୍ରମ ଚାଲିଛି। ୧୫ ବର୍ଷ ହେଲା ହିନ୍ଦୁସେନା ପକ୍ଷରୁ ଏହି ସଫେଇ କାର୍ଯ୍ୟକ୍ରମ କରାଯାଉଛି। ବିରମିତ୍ରପୁର ପୌରପାଳିକା ଏବଂ ରାଣୀ ସତୀ ମନ୍ଦିର ଟ୍ରଷ୍ଟ ଏହି କାମରେ ସହଯୋଗର ହାତ ବଢ଼ାଇଛନ୍ତି।