ରାଉରକେଲା : କଲୁଙ୍ଗା ଆଇଡିସି ରେ ଏକ କାରଖାନାରେ ପୋଡ଼ି ହୋଇ ଜଣେ ମୃତ ଦୁଇ ଗୁରୁତର।। ଗୁରୁତର ଆହତ ଜେପି ହସ୍ପିଟାଲରେ ଭର୍ତ୍ତି।

0 735

ରାଉରକେଲା : ୧୬/୧୧ (ସତ୍ୟାନ୍ୟୁଜ) ରାଉରକେଲା କଲୁଙ୍ଗା ଆଇଡିସି ସ୍ଥିତ ଶୁଭ ଇସ୍ପାତ ପ୍ରାଇଭେଟ ଲିମିଟେଡ଼ ରେ ଉତପ୍ତ ତରଳ ଲୌହ ସଂସ୍ପର୍ଶରେ ଆସି ଜଣେ କର୍ମଚାରୀ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କୁ ରାଉରକେଲା ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଯାଜପୁର ଜିଲ୍ଲାର ଚିନ୍ମୟ ବେହେରା ହୋଇଥିବା ବେଳେ ଆହତ କଲୁଙ୍ଗା ର ପରମେଶ୍ୱର କିଷାନ ଏବଂ ବିହାରର ଅଭିଷେକ କୁମାର ବୋଲି ଜଣା ପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରାତି ତିନିଟା ବେଳେ ଏହି ଦୁର୍ଘଟଣା ଘଟିଛି। ପ୍ଲାଣ୍ଟର ଫରନେସ୍ ରୁ ଉତପ୍ତ ତରଳ ଲୌହ ଲିକ୍ ହୋଇ କାରଖାନା ଭିତରେ ମାଡି ଯାଇଥିଲା। ମୃତକ ଏବଂ ଆହତ ମାନେ ଶୋଇଥିବା ଅବସ୍ଥାରେ ଉତପ୍ତ ତରଳ ଲୌହ ସଂସ୍ପର୍ଶରେ ଆସି ପୋଡି ଯାଇଥିଲେ। ତୁରନ୍ତ ତିନି ଜଣଙ୍କୁ ଜେପି ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ସେଠାରେ ୩୦ ବର୍ଷୀୟ ଚିନ୍ମୟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଆହତଙ୍କୁ ଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ଉତପ୍ତ ତରଳ ଲୁହା କିପରି ଲିକ୍ ହେଲା ତାହା ଜଣାପଡି ନାହିଁ।

Leave A Reply

Your email address will not be published.