ରାଉରକେଲା : ୨୨ ନମ୍ବର ସେକ୍ଟର ସାରନଗରୀରେ ଅୟୋଜିତ ହେଲା ଗୋ ସମ୍ବର୍ଦ୍ଧନା ଉତ୍ସବ।। ୨୦୦ ରୁ ଉର୍ଦ୍ଧ୍ବ ଗୋମାତାଙ୍କୁ ସମ୍ବର୍ଦ୍ଧିତ କରାଗଲା।

0 326

ରାଉରକେଲା : ୧୫/୧୧ (ସତ୍ୟାନ୍ୟୁଜ) ଗୋ- ପାଳନକୁ ଉତ୍ସାହିତ କରିବା ଲାଗି ଏବଂ ଏଦିଗରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ମନା ନେଇଥାଏ ଗୋ ସମ୍ବର୍ଦ୍ଧନା ଉତ୍ସବ। ଚଳିତ ବର୍ଷ ସୁନ୍ଦରଗଡ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ରାଉରକେଲାର ୨୨ ନମ୍ବର ସେକ୍ଟର ସାରନଗରୀର କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରାଣୀ ଧନ ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାଣୀ ଧନ ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ। ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ ଅବସରରେ ଗୋ ମାତାଙ୍କୁ ପୂଜା କରାଯିବା ସହ ଏକ ଗୋ ପ୍ରତିଯୋଗିତାର ମଧ୍ୟ ଅୟୋଜନ କରାଯାଇ ଥିଲା। ଏହି ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳର ୨୦୦ ରୁ ଅଧିକ ଗୋ ମାତାଙ୍କୁ ସାମିଲ କରାଯାଇଥିଲା।

Leave A Reply

Your email address will not be published.