ରାଉରକେଲା : ୧୫/୧୧ (ସତ୍ୟାନ୍ୟୁଜ) ଆସନ୍ତା ନଭେମ୍ବର ୨୬ ଏବଂ ୨୭ ତାରିଖରେ ରାଉରକେଲା ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସିଭିଲ ଟାଉନଶିପ ସାଂସ୍କୃତିକ ପରିଷଦ ପକ୍ଷରୁ ୨୬ ତାରିଖ ସନ୍ଧ୍ୟାରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମର ଅୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଜୁନିୟର ଅମିତାଭ ବଚନ , କୁମାର ବାପି , ଅନ୍ତରା ଚକ୍ରବର୍ତ୍ତୀ ଆଦି କଳାକାର ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୁଧବାର ଦିନ ପରିଷଦ ପକ୍ଷରୁ ହୋଟେଲ ତ୍ରିଦେବ ଠାରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।