ରାଉରକେଲା : ଧରତି ଆଵା ବିର୍ସ। ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ପାଳିତ।। ବିର୍ସ। ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଏବଂ ମଲ୍ୟାର୍ପଣ।
ରାଉରକେଲା : ୧୫/୧୧ (ସତ୍ୟାନ୍ୟୁଜ) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିର୍ସ। ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ରାଉରକେଲାରେ ପାଳିତ ହୋଇ ଯାଇଛି। ସକାଳେ ବିର୍ସ। ଛକରେ ଥିବା ବିର୍ସ। ମୁଣ୍ଡା ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର , ଆରଏସପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ , ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକଙ୍କ ସମେ ତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିର୍ସ। ମୁଣ୍ଡା ଷ୍ଟେଚ୍ୟୁ କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ପ୍ରଫେସର ବିଜୟ ଟପ୍ପୋ ଅଧ୍ୟକ୍ଷତା କରିଥିଲେ।
ବିର୍ସ। ମୁଣ୍ଡା ଝାରଖଣ୍ଡ ରାଜ୍ୟର ଖୁଣ୍ଟି ଜିଲ୍ଲାରେ ୧୮୭୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ବ୍ରିଟିଶ ସରକାରଙ୍କ ଆଦିବାସୀ ବିରୋଧୀ ନୀତି ବିରୋଧରେ ବିଦ୍ରୋହ କରିବାରୁ ୧୯୦୦ ମସିହା ମାର୍ଚ୍ଚ ମାସରେ ତାଙ୍କୁ ଗିରଫ କରାଯାଇଥିଲା। ରାଞ୍ଚି ଜେଲ୍ ରେ ଥିବା ବେଳେ ଜୁନ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ଆଦିବାସୀଙ୍କ ଜମିକୁ ବ୍ରିଟିଶ ସରକାର ଏବଂ ଜମିଦାର ହଡପ କରୁଥିବାରୁ ସେ ବ୍ରିଟିଶ ସରକାର ବିରୋଧରେ ବିଦ୍ରୋହ କରିଥିଲେ। ଆଦିବାସୀ ମୁଣ୍ଡା ସମ୍ପ୍ରଦାୟ ତାଙ୍କୁ ଭଗବାନ ଭାବେ ମାନନ୍ତି। ଝାରଖଣ୍ଡର ଛୋଟା ନାଗପୁର ତାଙ୍କ କର୍ମକ୍ଷେତ୍ର ହୋଇଥିଲେ ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିର୍ସ। ମୁଣ୍ଡାଙ୍କ ସୃତିରେ ବହୁ ଅନୁଷ୍ଠାନ ଗଢି ଉଠିଛି।