ସୁନ୍ଦରଗଡ : କାର ଧକ୍କାରେ ଦୁଇ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ପରେ ଉତ୍ତେଜନା , ରାଜପଥ ଅବରୋଧ।। ବଡ଼ଗାଁ ଥାନା ୧୦ ନମ୍ବର ରାଜ୍ୟ ରାଜପଥରେ ଘଟିଛି ଦୁର୍ଘଟଣା।

0 1,152

ସୁନ୍ଦରଗଡ଼: ୧୫/୧୧ (ସତ୍ୟାନ୍ୟୁଜ) ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଜି ଦୁଇଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇ ଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକମାନେ ୧୦ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ଉଭୟ ପଟରେ ଶହଶହ ଗାଡି ଅଟକି ରହିଛି। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡା ନିକଟରେ ଘଟିଛି ଏହି ଦୁର୍ଘଟଣା । ଶୌଚ ସାରି ରାସ୍ତା ପାର ହେଉଥିବା ବେଳେ ଏକ ଦ୍ରୁତଗାମୀ କାର ଧକ୍କା ରେ ଦୁଇ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇବା ପରେ କାର ଡ୍ରାଇଭର କାର ସହ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।
ଏହି କାରଟି ରାଉରକେଲା ପଟୁ ସୁନ୍ଦରଗଡ଼ ଆଡ଼କୁ ଆସୁଥିବା ଜଣା ପଡ଼ିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ମୃତକ ଦୁଇ ଜଣ ଜରଙ୍ଗଲୋଇ ବସ୍ତିର କ୍ଷୀରୋଦ ପୃଷେଠ ଏବଂ ସମ୍ବାରୁ ସାହୁ ବୋଲି ଜଣା ପଡିଛି । ପରେ କାରକୁ ଗୋଡାଇ ସ୍ଥାନୀୟ ଲୋକେ ସୁନ୍ଦରଗଡ଼ ନିକଟ ଜଗତଗଡ ନିକଟରେ ଧରିଥିବା ସୂଚନା ମିଳିଛି । ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.