ସୁନ୍ଦରଗଡ଼ : ପୋଟଳ ଚାଷ କରି ବର୍ଷକୁ ଆୟ କରୁଛନ୍ତି ୬୦ ଲକ୍ଷ ଟଙ୍କା।। ଜିଲ୍ଲାର ବୁଡାବାହାଲ ଗ୍ରାମ ଏବେ ପୋଟଳ ଚାଷ ଗାଁ ଭାବେ ପରିଚିତ।

0 418

ରାଉରକେଲା : ୧୪/୧୧ (ସତ୍ୟାନ୍ୟୁଜ) ଇଚ୍ଛାଶକ୍ତି ଥିଲେ ଏବଂ ସୁଯୋଗ ସୁବିଧା ମିଳିଲେ ଲୋକ ସ୍ୱାବଲମ୍ବୀ ହୋଇ ଭଲ ରୋଜଗାର କରି ପାରିବ। ଏହି କଥାକୁ ସାକାର କରିଛନ୍ତି ସୁନ୍ଦରଗଡ ଜିଲ୍ଲା ବୁଡାବାହାଲ ଗ୍ରାମର ୧୦୨ ପରିବାର। ୬୦ ଏକର ଜମିରେ ପୋଟଳ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଏହି ପରିବାର। ପଡିଆ ପଡିଥିବା ଏହି ୬୦ ଏକର ଜମିରେ ପୋଟଳ ଚାଷ କରି ବର୍ଷକୁ ଆୟ କରୁଛନ୍ତି ୬୦ ଲକ୍ଷ ଟଙ୍କା। କେବଳ ସୁନ୍ଦରଗଡ ଜିଲ୍ଲା ନୁହେଁ ସାରା ରାଜ୍ୟରେ ଏହି ପୋଟଳର ଭଲ ଚାହିଦା ରହିଛି। ଏବେ ଏହି ବୁଡାବାହାଲ ଗାଁ ପୋଟଳ ଚାଷର ଗାଁ ଭାବେ ପରିଚୟ ପାଇଛି। ଦିନ ଥିଲା ନିଜର ଭଲ ଚାଷ ଜମିରେ ବର୍ଷକୁ ଥରେ ଧାନ ଚାଷ କରି ହାତ ବାନ୍ଧି ବସୁ ଥିଲେ ଚାଷୀ। ଏକର ଏକର ଜମି ପଡିଆ ପଡିଥିଲା। ୪ ବର୍ଷ ପୂର୍ବେ ସମସ୍ତେ ମିଶି ଆରମ୍ଭ କରିଥିଲେ ପୋଟଳ ଚାଷ। ପ୍ରଥମେ ଅଳ୍ପ ଜମିରେ ଚାଷ କରି ଭଲ ଲାଭ ପାଇବା ପରେ ଏବେ ୬୦ ଏକର ଜମିରେ ଚାଷ କରି ବର୍ଷକୁ ଉପାର୍ଜନ କରୁଛନ୍ତି ୬୦ ଲକ୍ଷ ଟଙ୍କା।

ରାଜ୍ୟ ସରକାରଙ୍କ ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ପୋଟଳ ଚାଷ ପାଇଁ ଏହି ଚାଷୀଙ୍କୁ ପ୍ରବର୍ତ୍ତା ଯାଇଥିଲା। ପରେ ୧୪ ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଚାଷ ପାଇଁ ଋଣ ପ୍ରଦାନ କରାଯାଇଛି। ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରି ଉଦ୍ୟାନ ବିଭାଗ ସହାୟତାରେ ଚାଷୀ ମାନଙ୍କୁ କୃଷିଭିତ୍ତିକ ତାଲିମ ଦିଆଯାଉଛି। ଏବେ ସୁବିଧା , ସୁଯୋଗ ପାଇ ୧୦୨ ପରିବାରରୁ ଜଣେ ଜଣେ ସଫଳ ପୋଟଳ ଚାଷୀ ହୋଇ ପାରିଛନ୍ତି।

Leave A Reply

Your email address will not be published.