ବଣାଇ : ୧୪/୧୧ (ସତ୍ୟାନ୍ୟୁଜ) ଗୁପଚୁପ୍ ଖାଉଥିଲେ ସାବଧାନ। ଭଲ ଭାବେ ଯାଞ୍ଚ କରି ପରିସ୍କାର ପାରିଚ୍ଛନ୍ନତା ଉପରେ ଧ୍ୟାନ ଦେଇ ଗୁପଚୁପ ଖାଆନ୍ତୁ। ସୂଚନା ଅନୁସାରେ ଗୁପଚୁପ ଖାଇ ଆଜି ବଣାଇ ଡାକ୍ତରଖାନାରେ କେନ୍ଦ୍ରୀକଳା ଗ୍ରାମର ୬ ଜଣ ଝିଅ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଏହି ଝିଅ ମାନେ ଏକ ଠେଲାରୁ ଗୁପଚୁପ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତଙ୍କ ବାନ୍ତି ହେବା ସଙ୍ଗେ ସଙ୍ଗେ ମୁଣ୍ଡ ବୁଲାଇଥିଲା। ଦୋକାନରୁ ନେଇ ଔଷଧ ଖାଇବା ପରେ ମଧ୍ୟ ବାନ୍ତି ବନ୍ଦ ହୋଇ ନଥିଲା। ଫଳରେ ଆଜି ସକାଳେ ସମସ୍ତଙ୍କୁ ବଣାଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।