ରାଉରକେଲା : ପେଟ୍ରୋଲ ପମ୍ପରେ ଚଳନ୍ତା କାରରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ ଏବଂ ଅରୋହି।

0 1,200

ରାଉରକେଲା : ୧୩/୧୧ (ସତ୍ୟାନ୍ୟୁଜ) ରାଉରକେଲା ଦେଓଗାଁ ସ୍ଥିତ ଫେଟକଲ ପଟ୍ରୋଲ ପମ୍ପ କ୍ୟାମ୍ପସରେ ଆଜି ସନ୍ଧ୍ୟାରେ ଏକ ଚଳନ୍ତା କାରରେ ନିଆଁ ଲାଗି ଯିବାରୁ ଭୟର ବାତାବରଣ ଖେଳି ଯାଇଥିଲା। ଗାଡି ଚାଳକ ଏବଂ ଅନ୍ୟ ଜଣେ ଅରୋହି ଗାଡିରୁ ଡେଇଁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ। ଏହି ପେଟ୍ରୋଲ ପମ୍ପ ୧୪୩ ନମ୍ବର ଜାତୀୟ ରାଜପଥ ନିକଟରେ ଥିବାରୁ ଭିଡ଼ ଜମି ଯାଇଥିଲା। ଫଳରେ ରାଜପଥରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା। ପରେ ଘଟଣା ସ୍ଥଳରେ ଫାୟାର ବ୍ରିଗେଡ଼ ଟିମ୍ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ କାରଟି ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ନିଆଁ ଲାଗିଥିବା ଗାଡ଼ିଟି ଇଣ୍ଡିଗୋ କାର ଥିବା ଜଣା ପଡ଼ିଛି। ଗାଡ଼ିରେ ନିଆଁ ଲାଗିବା କାରଣ ଜଣା ପଡି ନାହିଁ।

Leave A Reply

Your email address will not be published.