ରାଉରକେଲା : ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ।। କୋଏଲ ନଗରର ଏକ ଘରେ ନିଆଁ ଲାଗିଛି।। ନିଆଁ ଲିଭାରେ ଦୁଇଟି ଫାୟର ବ୍ରିଗେଡି ନିୟୋଜିତ।

0 816

ରାଉରକେଲା : ୧୩/୧୧ (ସତ୍ୟାନ୍ୟୁଜ) ରାଉରକେଲା କୋଏଲ ନଗର ଏ ବ୍ଲକରେ ଥିବା ଏକ ଘରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇଛି। ନିଆଁ ଲିଭାଇବାରେ ଦୁଇଟି ଫାୟାର ବ୍ରିଗେଡ଼ ନିୟୋଜିତ କରାଯାଇଛି। ସୂଚନା ଅନୁଯାୟୀ କୋଏଲ ନଗର ଏ ବ୍ଲକର ୩୧୫ ଘର ଉପର ମହଲାରେ ଏହି ନିଆଁ ଲାଗିଛି। ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ନିଆଁ ଲାଗିଲା ବେଳେ ଘରେ କେହି ନଥିବାର ଜଣାପଡିଛି। ସାଇ ପଡିଶା ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏବେ ରାଉରକେଲା ଇସ୍ପାତ କାରଖାନା ଏବଂ ରାଜ୍ୟ ସରକାରଙ୍କ ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

Leave A Reply

Your email address will not be published.