ବିରମିତ୍ରପୁର : ଟ୍ରେଲର ଧକ୍କାରେ ପଥାଚାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ।

0 468

ବିରମିତ୍ରପୁର : ୧୨/୧୧ (ସତ୍ୟାନ୍ୟୁଜ) ରବିବାର ସନ୍ଧ୍ୟାରେ ସମସ୍ତେ ଦୀପାବଳି ଉତ୍ସବ ମନାଉଥିବା ବେଳେ ବିରମିତ୍ରପୁରରେ ଦୁର୍ଘଟଣାରେ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣା ଘଟିଛି ୧୪୩ ନମ୍ବର ଜାତୀୟ ରାଜପଥ ଡେଲି ମାର୍କେଟ ଅଞ୍ଚଳରେ। ଏକ ଟ୍ରେଲର ଜଣେ ବ୍ୟକ୍ତିଙ୍କ ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଟ୍ରେଲର ଛାଡି ଫେରାର ହୋଇଯାଇଛି। କ୍ଷତିପୂରଣ ଦାବିରେ ଏବଂ ଜାତୀୟ ରାଜପଥ ମରାମତି ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରୁଛି। ସୂଚନା ଯୋଗ୍ୟଯେ ବିରମିତ୍ରପୁର ସହର ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ରାସ୍ତା ଏବଂ ଡ୍ରେନ ମରାମତି ପାଇଁ ବାରମ୍ବାର ନିବେଦନ କଲେ ମଧ୍ୟ କାମ ହେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.