ରାଉରକେଲା : ନୂତନ ଜାତୀୟ ଶିକ୍ଷା ନୀତି ଉପରେ କର୍ମଶାଳା ଅନୁଷ୍ଠିତ।। ଓରିଏଣ୍ଟ ବ୍ଲାକ ଶ୍ୱାନ୍ ପ୍ରକାଶନ ସଂସ୍ଥା ପକ୍ଷରୁ ଆୟୋଜିତ।
ରାଉରକେଲା : ୧୧/୧୧ (ସତ୍ୟାନ୍ୟୁଜ) ଏବେ ଦେଶରେ ଶିକ୍ଷା ବ୍ୟବସ୍ଥାରେ ବହୁ ପରିବର୍ତ୍ତନ କରାଯାଉଛି। ଶିକ୍ଷା କେବଳ ପୁସ୍ତକ ଜନିତ ନହୋଇ କିପରି ଵୃତ୍ତିଗତ ଜୀବନରେ ସହାୟକ ହେବ ତାର ତର୍ଜମା ଚାଲିଛି। ଏଥି ଲାଗି କେନ୍ଦ୍ର ସରକାର ନୂତନ ଜାତୀୟ ଶିକ୍ଷା ପଲିସି ଆରମ୍ଭ କରିବାକୁ ଯାଉଛନ୍ତି। ଏହି ନୂତନ ଶିକ୍ଷା ବ୍ୟବସ୍ଥାରେ ପାଠ ପଢାକୁ ସରଳ କରାଯାଇଛି। ଆଗାମୀ ଶିକ୍ଷା ବର୍ଷ ୨୦୨୪-୨୫ ଏହା ଦେଶରେ ଲାଗୁ ହେବାର ଯୋଜନା ରହିଛି। ନୂତନ ଶିକ୍ଷା ବ୍ୟବସ୍ଥା କିପରି ହେବ ସେ ବାବଦରେ ଅବଗତ କରାଇବାକୁ ବିଭିନ୍ନ ପ୍ରକାଶକ ସଂସ୍ଥା ଆଗେଇ ଆସିଛନ୍ତି। ଶନିବାର ଦିନ ଓରିଏଣ୍ଟ ବ୍ଲାକ ଶ୍ବାନ୍ ପ୍ରକାଶନ ସଂସ୍ଥା ରାଉରକେଲା କାର୍ମେଲ ସ୍କୁଲରେ ନୂତନ ଶିକ୍ଷା ବ୍ୟବସ୍ଥା ଉପରେ ଏକ କର୍ମଶାଳାର ଅୟୋଜନ କରିଥିଲେ। ଏହି କର୍ମଶାଳାରେ ସହରର ବିଭିନ୍ନ ସ୍କୁଲର ଶିକ୍ଷକ , ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ। ଦେଶର ବିଶିଷ୍ଟ ଶିକ୍ଷାଵିତ ସାକ୍ଷୀ ପାଇ ଏହି କାର୍ଯ୍ୟକ୍ରମରେ ନୂତନ ଶିକ୍ଷା ବ୍ୟବସ୍ଥା ବାବଦରେ ପ୍ରଶିକ୍ଷଣ ଦେଇଥିଲେ।