ସୁନ୍ଦରଗଡ଼ : ଦୀପାବଳି ଉପଲକ୍ଷେ ଟେରାକୋଟା ନିର୍ମିତ ଦୀପ ଷ୍ଟଲ ଉଦଘାଟିତ।। ଓରମାସ୍ ଏବଂ ଜିଲ୍ଲା ପରିଷଦ ପକ୍ଷରୁ ଆୟୋଜିତ।

0 315

ସୁନ୍ଦରଗଡ଼ : ୯/୧୧ (ସତ୍ୟାନ୍ୟୁଜ) ଆଲୋକ ର ପର୍ବ ଦୀପାବଳି ପାଳନ ଉପଲକ୍ଷେ ସୁନ୍ଦରଗଡ଼ ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସର ରେ ଟେରାକୋଟା ରେ ନିର୍ମିତ ଦୀପ ଷ୍ଟଲ୍ ଉଦଘାଟିତ ହୋଇଯାଇଛି।
ଓରମାସ ଏବଂ ଜିଲ୍ଲା ପରିଷଦ, ସୁନ୍ଦରଗଡ଼ ର ମିଳିତ ଆନୁକୁଲ୍ୟରେ ହୋଇଥିବା ଏହି ଷ୍ଟଲ୍ କୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ ଉଦଘାଟନ କରିଥିଲେ।

ଏଠାରେ  ମାଟି ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଯଥା - ଦୀପ, 

ଦୀପଦାନି, ଧୂପଦାନି, କଳସ, ଗୃହ ଉପକରଣ , ବିଭିନ୍ନ ପ୍ରକାରର ଘର ସଜ୍ୟା ସାମଗ୍ରୀ ଆଦି ରହିଛି। ଏହି ଷ୍ଟଲ୍ ଟି ଶ୍ରୀକ୍ଷେତ୍ର ଉତ୍ପାଦକ ଗୋଷ୍ଠି ସଦସ୍ୟା ମାନଙ୍କ ଦ୍ବାରା ପରିଚାଳତ ହେଉଅଛି। ଚଳିତ ୧୨ ତାରିଖ ପର୍ଯ୍ୟନ୍ତ ଏହି ଷ୍ଟଲ୍ ଠାରେ ସୁଲଭ ମୂଲ୍ୟରେ ଏହି ଦୀପ ତଥା ଅନ୍ୟାନ୍ୟ ସାମଗ୍ରୀ ସବୁ ଉପଲବ୍ଧ ହେବ ।
ଆଜିର ଏହି ଷ୍ଟଲ୍ ଉଦଘାଟନୀ କାର୍ଯ୍ୟକ୍ରମ ରେ ଓରମାସ ର ଉପ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କେଶବ ଝା, ପ୍ରକଳ୍ପ ପରିଚାଳକ (ଜୀବିକା), ଓମ୍ବ।ଡସି ର ଯନ୍ତ୍ରୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପରିଷଦ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ଦ୍ଵାରା ଦୀପ ଗଢ଼ୁ ଥିବା ମାଟି କାରିଗର ମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ଏବଂ ଏହା ସେମାନଙ୍କର ଆର୍ଥିକ ଅବସ୍ଥାରେ ମଧ୍ୟ ଉନ୍ନତି ଆଣିବା ନିମନ୍ତେ ସହାୟକ ହୋଇପାରିବେ।

Leave A Reply

Your email address will not be published.