ରାଉରକେଲା : ସୁନା ଦୋକାନ ଉପରେ ଜି ଏସ୍ ଟି ବିଭାଗର ଚଢ଼ାଉ।। ଗ୍ରାହକଙ୍କୁ ସୁନା ଗହଣା ବିକ୍ରି ଉପରେ ବିଲ୍ ଦେଉ ନଥିବା ଅଭିଯୋଗ।
ରାଉରକେଲା : ୯/୧୧ (ସତ୍ୟାନ୍ୟୁଜ) ରାଉରକେଲା ମୁଖ୍ୟ ମାର୍ଗ ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଥିବା କନକ ଜୁଏଲର୍ସ ଉପରେ ଜି ଏସ୍ ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜି ଏସ୍ ଟି ଏନଫୋର୍ସମେଣ୍ଟର ୮ ଜଣିଆ ଟିମ୍ ଡେପୁଟି କମିଶନର ଜଗଦୀଶ ଶାହା ଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରଖିଛନ୍ତି। ସୁନା ଗହଣା ବିକ୍ରି ଉପରେ ବିଲ୍ କାଟୁ ନଥିବା କିମ୍ବା ଗ୍ରାହକଙ୍କୁ ବିଲ୍ ଦେଉ ନଥିବା ଅଭିଯୋଗ ପାଇବା ପରେ ଏହି ଚଢ଼ାଉ କରାଯାଇଛି। ଜି ଏସ୍ ଟି ବିଭାଗ ଅଧିକାରୀ ମାନେ କାଗଜ ପତ୍ର ଯାଞ୍ଚ କରୁଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏ ବାବଦରେ ଅଧିକ ତଥ୍ୟ ମିଳି ପାରିବ ବୋଲି ଜି ଏସ୍ ଟି ଡେପୁଟି କମିଶନର ଜଗଦୀଶ ଶାହା କହିଛନ୍ତି ।