ରାଉରକେଲା : ଦୁଇ ଦିନ ପରେ ଦୀପାବଳୀ।। ବାଣ ଫୁଟା କୁ ନେଇ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ।। ସୁପ୍ରିମକୋର୍ଟଙ୍କ କଟକଣା ପରେ ପ୍ରଶାସନ ସକ୍ରିୟ।

0 784

ରାଉରକେଲା : ୯/୧୧ (ସତ୍ୟାନ୍ୟୁଜ) ଦୀପାବଳୀ ଆଉ ଦୁଇଦିନ ଥିବା ବେଳେ ବାଣ ଫୁଟାକୁ ନେଇ ଦ୍ଵନ୍ଦ ଉପୁଜିଛି। ଦୀପାବଳୀରେ ବାଣଫୁଟା ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇବା ପରେ କେଉଁ ବାଣ ଫୁଟା ଯିବ ଏବଂ କେଉଁ ବାଣ ଫୁଟା ଯିବ ନାହିଁ ତାକୁ ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇ ନାହିଁ। ୧୨୫ ଡେଶିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରୋକ୍ ଲଗାଇଥିବା ଜଣା ପଡ଼ିଛି। ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ବୋର୍ଡ ଚିଠି ଲେଖି ଥିବା ସୂଚନା ମିଳିଛି। ନିୟମ ମୂତାବକ ବେରୀୟମ ଓ ନାଇଟ୍ରେଟ ଥିବା ବାଣ ଉପରେ କଟକଣା ରହିବ । ସକାଳ ୬ ରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ ସାଧାରଣ ଲୋକ। ଶିକ୍ଷାନୁଷ୍ଠାନ , ସ୍ବାସ୍ଥ୍ୟ କେନ୍ଦ୍ର ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ଦୂରତା ଭିତରେ ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍କ୍ବାର୍ଡ ଗଠନ କରାଯାଇ ପ୍ରଦୂଷଣର ମାତ୍ରା ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ରହିଛି।

ଏବେ ବଜାରକୁ ବିଭିନ୍ନ ପ୍ରକାର ବାଣ ଆସିଗଲାଣି। ଝରଝରି, ଚକ୍ରି, କୁମ୍ପି , ଟିକିଲି ବାଣ, ଦିଆସିଲି ବାଣ କୁ ଅନୁମତି ଥିବା ବେଳେ ଗ୍ରୀନ କ୍ରାକର କୁ ବିକ୍ରି ପାଇଁ ଅନୁମତି ମିଳିଛି । ସେହିପରି ଟାଇଗର ବମ , ସୁତୁଲି ବମ ,ତାଳ ଫୋଟକା ଓ ଅଧିକ ଶବ୍ଦ କରୁଥିବା ବାଣ ଉପରେ କଟକଣା ଲାଗାଯାଇଛି । ବାୟୁ ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ମାତ୍ରା ଦୀପାବଳୀ ବେଳେ ବୃଦ୍ଧି ପାଉ ଥିବାରୁ ଏପରି ପଦକ୍ଷେପ ନିଆ ଯାଉଥିବା ସୂଚନା ମିଳିଛି।

Leave A Reply

Your email address will not be published.